ପାଞ୍ଚବର୍ଷ ହେଲା କମ୍ପାନୀ ଗାଡି ଭୋଗରେ ଖଣି’ଅଫିସର-ଧୃବା
ଯୋଡ଼ା:-କଥାରେ ଅଛି-ମାଛ ଖାଇବ ଇଲିସି,ତେବେ ଚାକିରୀ କରିବ ପୁଲିସ-ହେଲେ ଏହି ଉକ୍ତି’ଟି ଆଉ ଶୋଭା ପାଉନି,ରାତିଦିନ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ଅହରହ କଠିନ ପରିଶ୍ରମ କରୁଥିବା ପୁଲିସ ବାବୁଙ୍କ କ୍ଷେତରେ ବୋଲି ପ୍ରମାଣ କରେ।ହେଲେ ପୁଲିସ ଚାକିରୀ ବଦଳରେ,ଖଣିବିଭାଗରେ ଯଦି ଯେଣେ’ତେଣେ କିମ୍ବା ଜାଲି ସାର୍ଟିଫିକେଟରେ ଖଣ୍ଡେ ଚାକିରୀ ମିଳିଗଲା,ତେବେ ଇଲିସି ଖାଇବା କି’ବଡ କଥା ଭଳିକି’ଭଳିକି ମଲେଇ-ରସମଲେଇ ମଧ୍ୟ ନିତିଦିନ ମିଳିବା ସବୁ ସମ୍ଭବ।ଏଇ ଯେମିତି ଯୋଡ଼ା ଡ଼ିଡ଼ିଏମ ଅଫିସରେ,ଜଣିଏ ରାଜ୍ୟର କନିଷ୍ଠ ମାଇନିଙ୍ଗ ଅଫିସର ହୋଇ ମଧ୍ୟ ଚାକିରୀ’ର ମୋଟ ପାଞ୍ଚବର୍ଷ ମଧ୍ୟରେ ବସ କିମ୍ବା ଟ୍ରେ-ର ମୁଖ ଆଉ ଦେଖିନାହାଁନ୍ତି।ହେଲେ ପ୍ରାୟ ସପ୍ତାହରେ,ରାଉଲକେଲା ଯିବାକୁ ହେଲେ ଧୃବାଙ୍କ ଯୋଡ଼ା’ସ୍ଥିତ ସରକାରୀ କ୍ୱାଟର୍ସ ଆଗରେ ଆଡ଼ଭାନ୍ସ ଠିଆ ହୋଇଯାଉଛି ଖଣିକମ୍ପାନୀଙ୍କ ସବୁଠାରୁ ଦାମୀଗାଡି।ତେବେ ଏଭଳି ସୁବିଧା ପୁଲିସ ଚାକିରୀରେ ଆଉ ନାହିଁ। ତେଣୁ ଖଣି-ଅଫିସର’ଟିଏ ବନିଗଲେ,ସାରା ଜୀବନ ଆନନ୍ଦ ହିଁ ଆନନ୍ଦ ଓ ସୁଖମୟରେ କଟିବା ହେବ।ସେହିପରି ମାଇନିଙ୍ଗ ଅଫିସର ଧୃବାଙ୍କ କ୍ଷେତରେ ସରକାରଙ୍କ ତିନି/ଚାରି ବର୍ଷରେ ବଦଳି ନିୟମ ମୂଲ୍ୟହୀନ ବନିଥିବାରୁ ପାଞ୍ଚବର୍ଷ ଯୋଡ଼ା ଡ଼ିଡ଼ିଏମ ଅଫିସରେ,ରହିବା ଦ୍ୱାରା ଦୁର୍ନୀତିର ଚେର ଏପରି ବ୍ୟାପକ ହେବାରେ ଲାଗିଛି ଯେ ତଳ ମହଲାରେ,ରହିଥିବା ଲାବରେ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରିବା ପ୍ରାୟ ଦୁର୍ନୀତିରେ ବହୁ ହାତ ରହିଛି ବୋଲି କେତେକ ରୋଚକ ତଥ୍ୟ ଦର୍ଶାଏ।ତେବେ ଯୋଡ଼ା ଖଣିବିଭାଗରୁ ଚାକିରୀ ଆରମ୍ଭ କରି,ମାଇନିଙ୍ଗ ଅଫିସର ଧୃବାର ଦୁର୍ନୀତିର ଗଭୀରତା ଯେତେ ହୋଇଥିଲେ ମଧ୍ୟ ତାହାକୁ ବାହାର କରି,ସାଢେଚାରି କୋଟି ରାଜ୍ୟବାସୀଙ୍କ ସମ୍ମୁଖକୁ ଆଣିବା ସାଧାରଣରେ ଡିମାଣ୍ଡ।
