ମହାନଗର

ରୁଦ୍ର ଆଣ୍ଡ ସନ୍ସ ପକ୍ଷରୁ ଶୀତ ଉତ୍ସବ

Spread the love

ଭୁବନେଶ୍ୱର : ଆଜି “ରୁଦ୍ର ଆଣ୍ଡ୍ ସନ୍ସ ଚାରିଟେବୁଲ୍ ଟ୍ରଷ୍ଟଭୁବନେଶ୍ୱର, ଓଡ଼ିଶା” ଅନୁଷ୍ଠାନ ତରଫରୁ ‘ଶୀତ ଉତ୍ସବ-୨୦୨୫’ ସାଂସ୍କୃତିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ଅଡିଟୋରିଅମ୍ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ତବଲା ବାଦକ ତଥା ରମାଦେବୀ ମହିଳା ମହାବିଦ୍ୟାଳୟର ତବଲା ବିଭାଗ ପ୍ରଧ୍ୟାପକ ଶ୍ରୀଯୁକ୍ତ ଡାଃ. ସୁଶୀଳ ପଟ୍ଟନାୟକ ଯୋଗ ଦେଇଥିଲେ । ଶିବସେନା ଓଡ଼ିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ଜିତ୍ ବାବୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।ବରଷ୍ଟ ସଂଗୀତ ନିର୍ଦେଶକ ତଥା ସୁନାମ ଧନ୍ୟ କଣ୍ଠଶିଳ୍ପୀ ବିବେକ ରାଉତ ମଧ୍ୟ ଉତ୍ସରେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ, ଅନୁଷ୍ଠାନ ତରଫରୁ ସମସ୍ତ କଳାକାର ମାନଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରା ଯାଇଥିଲା । ଓଡ଼ିଶାର ଖ୍ୟାତନାମା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ସଭାପତି ନିଜେ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!