ରାଜ୍ୟ

ବେଆଇନ ବାଲି ଚାଲାଣ ହେଇଥିବା ଅଭିଯୋଗରେ ୭ ହାଇୱା ଜବତ

Spread the love

ଖଣ୍ଡପଡ଼ା, : — ଖଣ୍ଡପଡ଼ା ବ୍ଲକ ଅଧୀନ ବିଭିନ୍ନ ଘାଟରୁ ବେଆଇନ ବାଲି ଚାଲାଣ ଏବେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢାଇଥିବା ନେଇ ସୂଚନା ମିଳିଛି। ଗତକାଲି ମହାନଦୀ ଘାଟରୁ ବେଆଇନ ବାଲି ଚାଲାଣ କରୁଥିବା ୬ ହାଇୱାକୁ ଜବତ କରିଛି ସ୍ଥାନୀୟ ପୁଲିସ। ଖଣ୍ଡପଡ଼ା ଦେଇ ନୟାଗଡ ଅଭିମୁଖେ ଯାଉଥିବା ଏହି ବାଲି ବୋଝେଇ ହାଇୱା ଗାଡିଗୁଡିକୁ ଜବତ କରି ସ୍ଥାନୀୟ ପୁଲିସ ଥାନା ସମ୍ମୁଖରେ ରଖିଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ମହାନଦୀରୁ ବାଲି ବୋଝେଇ କରି ମାଫିଆ ମାନେ ମାଲାମାଲ ହେଉଥିବା ବେଳେ ରାଜ୍ୟ ସରକାର ଏ ବାବଦରେ ବିପୁଳ ପରିମାଣର ରାଜସ୍ୱ ହରାଉଥିବା ବର୍ଷ ବର୍ଷ ଧରି ଅଭିଯୋଗ ହୋଇଆସୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲି ଚାଲାଣ ଉପରେ ଏକରକମ ପ୍ରତିବନ୍ଧକ କରାଯାଇଥିବା ବେଳେ ମାଫିଆ ମାନେ ବେଫିକର ଥିବା ଦେଖିବାକୁ ମିଳିଛି। ତେବେ ଚୋରା ବାଲି ଚାଲାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!