ରାଇରଙ୍ଗପୁରରେ ନେସନାଲ ହେରାଲଡ ମାମଲାରେ ବିଜେପି ବିରୁଦ୍ଧରେ ସ୍ବର ଉତ୍ତୋଳନ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ନେସନାଲ ହେରାଲଡ ମାମଲାରେ ବିଜେପି ବିରୁଦ୍ଧରେ ସ୍ବରଉତ୍ତୋଳନ କରିଥିଲେ I ସେମାନଙ୍କ କହିବା ଅନୁଯାୟୀ ବିଜେପି ଚକ୍ରାନ୍ତକାରୀ , ନେସନାଲ ହେରାଲଡ ମାମଲାରେ ୧୦ ବର୍ଷ ଧରି ଇଡି ସିବିଆଇକୁ ବ୍ଯବହାର କରିଥିଲେ I ଏଥିରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ର ବହୁ କର୍ମୀ ଯୋଗଦେଇଥିଲେ I ସେମାନଙ୍କ ମଧ୍ଯରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ବରିଷ୍ଠ ନେତା ଅଶୋକ ଅଗ୍ରୱାଲା, ଭାଗିରଥୀ ପାତ୍ର, ଏମଡି ଇନତେଖାବ ୱାଲମ, ଯୁବ ନେତା ରୂପକ ମହାନ୍ତି, ଅନୁପ ସୋରେନ, କିଶୋର ମହାନ୍ତ, ଅମର ମହାନ୍ତ, ପିଥ ମୁର୍ମୁ, ବେରେଲ ସିର୍କା, ନିଶାକର ପାତ୍ର, ଭୀମସେନ ଟୁଡୁ, କୌଶିକ ମହାନ୍ତି, ହରିହର ମହାନ୍ତି, ଭଜ ମହାନ୍ତ, ଡୁଗୁ ସୋରେନ ମାହାଲି ତଥା ବହଳଦା ର ଭଞ୍ଜ ନାଏକ ପ୍ରମୁଖ ନେତୁତ୍ବ ନେଇଥିଲେ I ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ
