ରାଜ୍ୟ

ତାଳଦା ପଞ୍ଚାୟତରେ ବିଜେଡି ସଫାବନ୍ଧୁମିଳନ ନାଁ ରେ ଶକ୍ତି ପ୍ରଦର୍ଶନ କଲେ ପ୍ରତାପ ପରିଡ଼ା

Spread the love

ଅସ୍ତରଙ୍ଗ : ଅସ୍ତରଙ୍ଗ ତାଳଦା ପଞ୍ଚାୟତ ଡିହକରଡା ଆର୍ତ୍ତତ୍ରାଣ ଗାଦି ପୀଠ ଠାରେ ପଞ୍ଚାୟତ ବାସୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଉଛି।ବନ୍ଧୁମିଳନ ନାଁ ରେ ଶକ୍ତି ପ୍ରଦର୍ଶନ କଲେ ପ୍ରତାପ ପରିଡ଼ା ।ଶ୍ରୀ ପରିଡ଼ାଙ୍କ ପୁଅ ଦୀପକ ପରିଡ଼ା ତାଳଦା ପଞ୍ଚାୟତର ସରପଞ୍ଚ ଦାୟିତ୍ଵ ତୁଳାଉଥିବା ବେଳେ ଆଜି ଗେରୁଆ ବ୍ୟାନର ଗେରୁଆ ଗାମୁଛା ସ୍ବଷ୍ଟ କରିଥିଲା ତାଳଦା ପଞ୍ଚାୟତ ରେ ବିଜେଡ଼ି ସଫା ହେଲା ବୋଲି ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ ଏସି ମୋର୍ଚ୍ଚା ର ସଭାପତି ବାଇଧର ମଲ୍ଲିକ୍, ଅସ୍ତରଙ୍ଗ ବ୍ଲକର ସାଂସଦଙ୍କ ପ୍ରତିନିଧି ଦିବାକର ଛାଟୋଇ, ଅଧିକାରୀ ବେହେରା, ସମିତି ସଭ୍ୟ ଅମୀୟ ସେଠୀ, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସେନାପତି, ରାଜେନ୍ଦ୍ର ମହାନ୍ତି, ଦିବାକର ସାହୁ,ନିରଞ୍ଜନ ମହାନ୍ତି, ରମାକାନ୍ତ ସେନାପତି, ଅଶୋକ ପଢିହାରୀ, ରଘୁନାଥ ନାୟକ, ରବିନ୍ଦ୍ର ପରିଡ଼ା, ସ୍ୱପ୍ନେଶ୍ବର ଦାସ, ସୁଧୀର ସ୍ବାଇଁ, ନରେନ୍ଦ୍ର ସାହାଣୀ,ଅଜୟ ସାହାଣୀ, ରବିନ୍ଦ୍ର ବିଶ୍ବାଳ, ନାରୀନେତ୍ରୀ ମମତା ପଢିହାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡବଲ ଇଞ୍ଜିନ ସରକାର ଡବଲ ବିକାଶ ତାଳଦା ଚାହେଁ ମୋର ରାଜନୀତି କରିବାର ନାହିଁ ତାଳଦା ବାସୀ ଙ୍କ ଆର୍ଶୀବାଦ ମୋର ଦରକାର ବୋଲି ଅଭିଭାଷଣରେ ଶ୍ରୀଯୁକ୍ତ ପ୍ରତାପ ପରିଡ଼ା କହିଥିଲେ। କେହି ଜଣେ ରାସନ୍ କାର୍ଡ ରୁ ବଞ୍ଚିତ ହେବେ ନାହିଁ ସମସ୍ତ ଙ୍କ ମୁଣ୍ଡ ଉପରେ ଛାତ ସୁନିଶ୍ଚିତ କରାଇବୁ ବୋଲି ସାଂସଦ ଙ୍କ ପ୍ରତିନିଧି ଦିବାକର ଛାଟୋଇ କହିଥିଲେ।ତାଳଦାରୁ ଗଡିବ ବିକାଶର ରଥ କେହି ଜଣେ ସରକାରୀ ଯୋଜାନରୁ ବଞ୍ଚିତ ହେବେ ନାହିଁ ମୁଁ ପ୍ରତିଶ୍ରୁତି ବଦ୍ଧ ବୋଲି ଅଭିଭାଷଣରେ ଏସି ମୋର୍ଚ୍ଚା ର ସଭାପତି ବାଇଧର ମଲ୍ଲିକ୍ କହିଥିଲେ।ତାଳଦା ପଞ୍ଚାୟତ ର ଶତାଧିକ ବାସିନ୍ଦା ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ଗ୍ରହଣ କରିଥିଲେ। ଏ ସମ୍ପର୍କରେ ତାଳଦା ପଞ୍ଚାୟତ ର ବିଜେଡି ସଭାପତି ବିଜୟ ପଢିହାରୀ କହିଛନ୍ତି କେହି ସଫା ହୋଇନାହାନ୍ତି ସେମାନେ ଆସିଥିଲେ ଗଲେ ଭାରି ସମୟ ଆସିଲେ କିଏ ସଫା ହେବ ତାଳଦା ବାସୀ ଦେଖେଇବେ।

Leave a Reply

Your email address will not be published. Required fields are marked *

error: Content is protected !!