ମହାଶିବରାତ୍ରିରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପତ୍ରିକା ସତ୍ୟମ୍ ଶିବମ୍ ସୁନ୍ଦରମ ଉନ୍ମୋଚିତ
ଭୁବନେଶ୍ୱର : ରାଜଧାନୀ ରୁ ପ୍ରକାଶ ପାଉଥିବା ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପତ୍ରିକା ସତ୍ୟମ୍ ଶିବମ୍ ସୁନ୍ଦରମ୍ ର ୧୮ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ସଂଖ୍ୟା , ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖସ୍ଥ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଆଧ୍ୟାତ୍ମିକ ମେଳା ରେ ବିଜେବି ନଗର ଶାଖା ର ପ୍ରଜାପତି ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ମୁଖ୍ୟ ସଂଚାଳିକା ତପସ୍ଵିନୀ ମା ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ପତ୍ରିକା ପରମାତ୍ମା ଶିବ ଙ୍କ ର ମହିମା ପ୍ରଚାର ପ୍ରସାର କ୍ଷେତ୍ରରେ ସମସ୍ତଙ୍କ ହୃଦୟ ସ୍ପର୍ଶି ହୋଇପାରିଛି ବୋଲି ମା ତପସ୍ଵିନୀ କହିଥିଲେ। ପ୍ରାରମ୍ଭରେ ପ୍ରଭୁ ସଦାଶିବ ଙ୍କ ପାଖରେ ଆଧ୍ୟାତ୍ମିକ ଶ୍ଳୋକ ଆବୃତ୍ତି କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସତ୍ୟମ୍ ଶିବମ ସୁନ୍ଦରମ ପତ୍ରିକା ର ଉନ୍ମୋଚନ ଉତ୍ସବ କରାଯାଇଥିଲା ।
ଏହି ଉତ୍ସବ ରେ ସଭାପତିତ୍ବ କରିଥିଲେ ପତ୍ରିକା ର ଏଡ଼ିଟର ତଥା ଓଁକାର ନାଥ ମିଶନ ଭୁବନେଶ୍ୱର ର ଅଧ୍ୟକ୍ଷ ଇଂଜିନିୟର ଜିତେନ କୁମାର ରାଉତରାୟ। ନିଜେ ଶାନ୍ତି ରେ ରହି ଅନ୍ୟକୁ ଶାନ୍ତି ରେ ରଖି ବାକୁ ପରାର୍ମଶ ଦେଇ ,ପତ୍ରିକା କିପରି ବିଭିନ୍ନ ପ୍ରକାର ସମସ୍ୟା ସତ୍ୱେ ୧୮ବର୍ଷ ଧରି ପ୍ରକାଶ ପାଇ ଆସୁଛି ତାହା ସେ ବର୍ଣ୍ଣନା କରି,ଏହି ଉତ୍ସବ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ବକ୍ତା ରୂପେ ସଂସ୍କୃତ ମହବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପଣ୍ଡିତ ପ୍ରଫେସର ପ୍ରଭାକର ମିଶ୍ର ମହାଶିବରାତ୍ରି ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରି ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ସର୍ବବ୍ୟାପକତା କାମନା କରିଥିଲେ । ବିଶିଷ୍ଟ ଅତିଥି ରୂପେ ଓଡ଼ିଶା ର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଓ ଅଭିନେତା ଡଃ ଚିନ୍ତାମଣି ବିଶ୍ୱାଳ , ସମ୍ମାନିତ ଅତିଥି ରୂପେ ସମାଜସେବୀ ଜୟକୃଷ୍ଣ ମଲ୍ଲିଆ, ମନୋରଞ୍ଜନ ଭାଇ।ସମ୍ମାନିତ ବକ୍ତା ରୂପେ ସମାଜ ଆଇନା ର ସମ୍ପାଦକ ମନୋଜ ସେଠ୍ ପ୍ରମୁଖ ଯୋଗ ଦେଇ ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ଏହି ସୁନ୍ଦର କାର୍ଯକ୍ରମ କୁ ପ୍ରଶଂସା କରିଥିଲେ।ଏହି ଉତ୍ସବ କୁ ପରିଚାଳନା ରେ ସହଯୋଗ କରିଥିଲେ ଇଂ ସିପ୍ରା ରାଉତରାୟ , ବ୍ରହ୍ମାକୁମାରୀ ନିରୁପମା ଭଉଣୀ, ବ୍ରହ୍ମାକୁମାରୀ ମିତା ଭଉଣୀ, ବ୍ରହ୍ମାକୁମାରୀ ସୁସ୍ମିତା ଭଉଣୀ, ବ୍ରହ୍ମାକୁମାରୀ ପୁଷ୍ପା ଭଉଣୀ, ବ୍ରହ୍ମାକୁମାରୀ ମିନତୀ ଭଉଣୀ, ବ୍ରହ୍ମାକୁମାର ସନ୍ତୋଷ ଭାଇ, ବ୍ରହ୍ମାକୁମାର ଦିନବନ୍ଧୁ ଭାଇ ଓ ବ୍ରହ୍ମାକୁମାର ଶୁଶାନ୍ତ ଭାଇ ପ୍ରମୁଖ।
