ରାଜ୍ୟ

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

Spread the love

ଭୁବନେଶ୍ୱର,: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବା ବେଳେ ବଜେଟରେ ବନ୍ୟା ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବଜେଟରେ ବନ୍ୟା ପରିଚାଳନା ପାଇଁ ପାଇଁ ୫୩୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ଏପରିକି ବଜେଟ୍‌ରେ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ପ୍ରୋଗ୍ରାମ ପାଇଁ ୧ ହଜାର କୋଟିଟଙ୍କା ବ୍ୟବସ୍ଥା କରାଯାଇଛି। ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୮୦ କୋଟି ବ୍ୟବସ୍ଥା ହୋଇଛି।ସେହିପରି ବଜେଟରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ ୨୮୦ କୋଟି ବ୍ୟବସ୍ଥା ହୋଇଛି। ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ଯୋଜାନ ମାଧ୍ୟମରେ କରାଯିବ ବୋଲି ବଜେଟରେ କୁହାଯାଇଛି। ୩ ଲକ୍ଷ ୩୩ ହଜାର ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ପାଇ ବଜେଟରେ ଲକ୍ଷ୍ୟ ରଖାଯାଇଛି। ୨୦୨୯ ସୁଦ୍ଧା ୧୫ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!