ଅପରାଧ

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

Spread the love

ରାଜନଗର :କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଜାନୁଆରୀ ୧୪ ତାରିଖରେ ଗଣବଳାତ୍କାର କରାଯାଇଥିବା ନେଇ ଛାତ୍ରୀଜଣକ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରିବାର ପକ୍ଷରୁ ଗତ ୧୮ ତାରିଖରେ ସିଡବ୍ଲ୍ୟୁସିରେ ଅଭିଯୋଗ କରାଯାଇଥିଲା। ସିଡବ୍ଲ୍ୟୁସିର କର୍ମକର୍ତ୍ତାମାନେ ଘଟଣାସ୍ଥଳ ପରିଦର୍ଶନ କରି ବୁଝିବା ପରେ ପୋଲିସ ଶନିବାର ତଦନ୍ତ କରିଥିଲା। ପରେ ପରିବାର ଲୋକେ ୨୧ ତାରିଖରେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସ୍କୁଲର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି(୩୭), ବିଶ୍ୱରଞ୍ଜନ ସାହୁ(୩୧), ରଶ୍ମିକାନ୍ତ ବିଶ୍ୱାଳ(୪୭), ମିନତି ବାଈ(୩୪) ଓ ପିଅନ ରଶ୍ମୀରଞ୍ଜନ ରଣାଙ୍କ ନାମରେ ନଂ.୫୪/୨୬ରେ ପୋକ୍‌ସୋ ଆଇନରେ ମାମଲା ରୁଜୁ ପରେ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ପୀଡିତା ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀ ଓ ଅଟକ ୫ ଜଣଙ୍କର ବୟାନ ରେକର୍ଡ କରାଯାଇଛି।ସୂଚନାଯୋଗ୍ୟ, ଜାନୁଆରୀରେ ପୀଡିତା ଛାତ୍ରୀ ସ୍କୁଲରେ ଥିଲେ। ମଧ୍ୟାହ୍ନ ସମୟରେ ତାଙ୍କୁ ସ୍କୁଲ ଅଫିସକୁ ଡକାଇ ଏହି ଜଘନ୍ୟ କାଣ୍ଡ କରିଥିବା ଅଭିଯୋଗ ରହିଛି। ଗଣ ବଳାତ୍କାରରେ ଭୟ ପାଇ ପୀଡିତା ସ୍କୁଲକୁ ଯାଉ ନ ଥିଲେ। ବିଦେଶରେ ଥିବା ବାପା ଘରକୁ ଫେରିବା ପରେ ପୀଡିତା ଛାତ୍ରୀ ଏ ସମ୍ପର୍କରେ ପରିବାରକୁ ସୂଚନା ଦେଇଥିଲେ। ସିଡବ୍ଲ୍ୟୁସି ଅଧ୍ୟକ୍ଷ ଗୀତାଞ୍ଜଳି ପାତ୍ରଙ୍କ ଟିମ୍‌ ପୀଡିତା ଛାତ୍ରୀଙ୍କ ବୟାନ ରେକର୍ଡ ସହ ଏହାର ରିପୋର୍ଟ ଏସ୍‌ପିଙ୍କୁ ୨୦ ତାରିଖରେ ଦେଇଛନ୍ତି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଏସ୍‌ପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍‌ପି ସୁଧାକର ଦାସ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସୁକାନ୍ତ ପାତ୍ର ରାଜକନିକା ଥାନାରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିଅନଙ୍କୁ ପଚରାଉଚରା କରୁଛନ୍ତି।ଏନେଇ ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ କହିଛନ୍ତି, ଅଭିଯୁକ୍ତଙ୍କ ନାମରେ ପୋସ୍‌କୋ ଧାରାରେ ମାମଲା ରୁଜୁ ହୋଇଛି। ଘଟଣା ସ୍ପର୍ଶକାତର ଥିବାରୁ ଏସ୍‌ପି କାଟାରିଆ ଏହି ମାମଲାରେ ତଦନ୍ତ କରୁଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ଜିଲା କଂଗ୍ରେସ ଗୁରୁତର ଭାବେ ଗ୍ରହଣ କରିଛି। ଜିଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମା ଓ ବ୍ଲକ ଅଧ୍ୟକ୍ଷା ପୀଡିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।ଏହା ଏକ ଲଜ୍ୟାଜନକ ଘଟଣା ଓ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଜିଲା କଂଗ୍ରେସ ପରିବାର ସହିତ ଥିବା ଡା. ଶର୍ମା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!