ମୁଖ୍ୟ ଖବର

ଖଣି ଅଧିକାରୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

Spread the love

କଟକ, : କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ମହାନ୍ତିଙ୍କୁ ଭିଜିଲାନ୍ସ ଧରିଛିି। କୋଲ ଡିପୋ ସୁରୁଖୁରୁରେ ଚଳାଇବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ସେ ୩୦,୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। କଟକ ଅଫିସ, ଭୁବନେଶ୍ୱର ଶ୍ରୀବିହାର ଘର ସମେତ ଏକାଧିକ ସ୍ଥାନରେ ରେଡ୍‌ ହୋଇଛି। ବେଆଇନ ସଂପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି।କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଥିବା ଦେବବ୍ରତଙ୍କ ଘରୁ ବୁଧବାର ୪ କୋଟିରୁ ଊଦ୍ଧର୍‌ବ ଟଙ୍କା ଜବତ ହୋଇଛି। ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରେ ଟ୍ରଲି ବ୍ୟାଗ୍‌ରୁ ୪ କୋଟି ଟଙ୍କା ମିଳିଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ସର୍ବାଧିକ ଟଙ୍କା ଜବତ ବୋଲି ଜଣାପଡ଼ିଛି। ସେହିପରି ଦେବବ୍ରତଙ୍କ ଅଫିସ୍‌ରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ଭୁବନେଶ୍ୱରର ପାହାଳରେ ଦୁଇ ମହଲା କୋଠା ଥିବା ଜଣାପଡ଼ିଛି। ଏହାସହ ୧୩୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!