ମୁଖ୍ୟ ଖବର

୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ

Spread the love

ଅହମଦାବାଦ, – ଉଡ଼ିଲା ତ୍ରିରଙ୍ଗା। ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି ଟିମ୍‌ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମହାମୁକାବିଲାରେ ବିରୋଧୀ ନ୍ୟୁଜିଲାଣ୍ଡ ଆଗରେ ୨୫୫ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିବା ଭାରତ। ଏହାର ଜବାବରେ ୧୦୦ ରନ୍‌ ମଧ୍ୟରେ ନ୍ୟୁଜିଲାଣ୍ଡର ଅଧା ଟିମ୍‌ ଉଇକେଟ ହରାଇଥିଲା। ଫଳରେ ଧିରେ ଧିରେ ଦଳ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ୧୯ ଓଭରରେ ଦଳ ୧୫୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏଣୁ ଭାରତ ୯୬ ରନ୍‌ର ବିଶାଳ ରନ୍‌ରେ ବିଜେତା ହେବାର ଗୌରବ ଅର୍ଜନ କରିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଜସପ୍ରିତ ବୁମ୍‌ରା, ଅକ୍ଷର ପଟେଲ ପ୍ରମୁଖ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲା। ବିଶେଷକରି ବୁମ୍‌ରାଙ୍କ ବଲ୍‌କୁ ବିରୋଧୀଟିମ୍‌ର ଖେଳାଳିମାନେ ଠଉରାଇ ପାରୁ ନ ଥିଲେ।ପୂର୍ବରୁ ଭାରତ ୨୦୦୭ ଓ ୨୦୨୪ରେ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୨୦୨୧ରେ ରନରଅପ୍‌ ହୋଇଥିଲା। ଆଜିର ମ୍ୟାଚ ଜିତି ଭାରତ ତୃତୀୟ ଥର ପାଇଁ ଟ୍ରଫି ହାତେଇ ରେକର୍ଡ କରିଛି। ଅପରପକ୍ଷେ ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ଦ୍ୱିତୀୟ ଫାଇନାଲ ଥିଲା। ୨୦୨୧ରେ ଦଳ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପ ହୋଇ ସନ୍ତୁଷ୍ଟ ହୋଇଥିଲା।ଭାରତ ପକ୍ଷରୁ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଅର୍ଦ୍ଧଶତକ ପରେ ଅଭିଷେକଙ୍କ ଉଇକେଟ ଯିବା ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା। ପରେ ସାମସନଙ୍କ ସହ ଇଶାନ କିଷନ ମଧ୍ୟ ଜବରଦସ୍ତ ଭାଗିଦାରୀ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ପରେ ୮୯ ରନ୍‌ରେ ପୁଣି ଥରେ ନିଜ ଉଇକେଟ ହରାଇଥିଲେ ସାମସନ। ଫଳରେ ଭାରତର ସ୍କୋର ଉପରେ ଏହାର ପ୍ରଭାବ ପଡ଼ିଥିଲା। ୧୬ତମ ଓଭରରେ ଦଳ ୩ ଉଇକେଟ ହରାଇଥିଲା। ଶେଷରେ ତିଳକ ବର୍ମା ଏବଂ ଶିବମ ଦୁବେ ଶେଷ ଓଭରରେ ପୁଣିଥରେ ଚୌକା ଏବଂ ଛକା ମାରି ସ୍କୋରକୁ ୨୫୫ରେ ପହଞ୍ଚାଇଥିଲେ। ଏହା ବିଶ୍ୱକପ୍‌ରେ ସର୍ବକାଳୀନ ତୃତୀୟ ବଡ଼ ସ୍କୋର।

Leave a Reply

Your email address will not be published. Required fields are marked *

error: Content is protected !!