ରାଜନୀତି

ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ,

Spread the love

କୋଲକାତା, : ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପୁଣି ଥରେ ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏଥର ଲଢ଼େଇ ନନ୍ଦୀଗ୍ରାମରେ ନୁହେଁ, ବରଂ ମମତାଙ୍କ ନିଜ ଗଡ଼ କୁହାଯାଉଥିବା ଭବାନୀପୁର ବିଧାନସଭା ଆସନରେ ହେବ। ଭାଜପା ଶୁଭେନ୍ଦୁଙ୍କୁ ନନ୍ଦୀଗ୍ରାମ ସହ ଭବାନୀପୁରରୁ ମଧ୍ୟ ପ୍ରାର୍ଥୀ କରିଥିବା ବେଳେ TMC ପକ୍ଷରୁ ମମତା ବାନାର୍ଜୀ ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢ଼ିବେ।ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନିଜର ପାରମ୍ପରିକ ଆସନ ଭବାନୀପୁର ଛାଡ଼ି ନନ୍ଦୀଗ୍ରାମରୁ ଶୁଭେନ୍ଦୁଙ୍କ ବିପକ୍ଷରେ ଲଢ଼ିଥିଲେ। ମାତ୍ର ସେହି କଡ଼ା ସଂଘର୍ଷରେ ମମତା ମାତ୍ର ୧,୯୫୬ ଭୋଟରେ ପରାଜିତ ହୋଇଥିଲେ। ପରେ ସେ ଭବାନୀପୁର ଉପ-ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିଲେ। ୫ ବର୍ଷ ପରେ ଏବେ ସ୍ଥାନ ବଦଳିଛି। ପୂର୍ବଥର ମମତା ନନ୍ଦୀଗ୍ରାମ ଯାଇଥିଲେ, ଏଥର ଶୁଭେନ୍ଦୁ ଭବାନୀପୁର ଆସି ଦିଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।ଭବାନୀପୁର ଆସନର ଇତିହାସ ଓ ମମତାଙ୍କ ଦବଦବା:ଭବାନୀପୁର ଆସନକୁ ମମତା ବାନାର୍ଜୀ ନିଜର “ବଡ଼ ଭଉଣୀ” ବୋଲି କୁହନ୍ତି। ଏହି ଆସନରେ ତାଙ୍କର ରେକର୍ଡ ବେଶ ଭଲ ରହିଛି। ୨୦୧୧ରେ ମୁଖ୍ୟମନ୍ତ୍ରୀ ହେବା ପରେ ଉପ-ନିର୍ବାଚନରେ ୫୪,୦୦୦ ଭୋଟ୍‌ରେ ଜିତିଥିଲେ। ୨୦୧୬ରେ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରାୟ ୨୫,୦୦୦ ଭୋଟ୍‌ରେ ହରାଇଥିଲେ। ସେହିଭଳି ୨୦୨୧ (ଉପ-ନିର୍ବାଚନ)ରେ ଭାଜପାର ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାୟ ୫୮,୮୩୫ ଭୋଟରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଥିଲେ।ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ପୂର୍ବରୁ TMCରେ ଥିଲେ ଏବଂ ମମତାଙ୍କର ଅତି ବିଶ୍ୱସ୍ତ ଥିଲେ। ୨୦୧୮ରେ ସେ ଭାଜପାରେ ସାମିଲ ହେବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ନନ୍ଦୀଗ୍ରାମରେ ମମତାଙ୍କୁ ହରାଇବା ପରେ ଶୁଭେନ୍ଦୁଙ୍କ ଆତ୍ମବିଶ୍ୱାସ ବଢ଼ିଛି, ଅନ୍ୟପଟେ ମମତା ନିଜ ଗଡ଼ରେ ଶୁଭେନ୍ଦୁଙ୍କୁ ହରାଇ ପୁରୁଣା ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!