ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ
ନୂଆଦିଲ୍ଲୀ, : ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା ଦର ବଢ଼ୁଥିବା ବେଳେ, ବର୍ତ୍ତମାନ ଏଥିରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନିଜର ସର୍ବୋଚ୍ଚ ସ୍ତର (Record High) ରୁ ସୁନା ଓ ରୁପା ଦର ଯଥେଷ୍ଟ ତଳକୁ ଖସି ଆସିଛି।ରେକର୍ଡ ଅନୁଯାୟୀ, ସୁନା ମୂଲ୍ୟ ପୂର୍ବରୁ ପ୍ରତି ୧୦ ଗ୍ରାମ ପିଛା ୧.୯୩ ଲକ୍ଷ ଟଙ୍କା ଛୁଇଁଥିବା ବେଳେ ରୁପା କିଲୋଗ୍ରାମ ପିଛା ୪.୩୯ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଆଜି (୧୭ ମାର୍ଚ୍ଚ)ର ମୂଲ୍ୟ ଅନୁସାରେ ସୁନା (MCX) ପ୍ରତି ୧୦ ଗ୍ରାମ ୧,୫୬,୮୯୧ ଟଙ୍କା ଟଙ୍କା ରହିଛି। ଅର୍ଥାତ ପ୍ରାୟ ୩୬,୦୦୦ ଟଙ୍କାର ହ୍ରାସ ଦେଖାଯାଇଛି। ସେହିଭଳି ରୁପା (MCX) ୨,୫୮,୦୦୦ ଟଙ୍କା (ପ୍ରତି କିଲୋଗ୍ରାମ) ହୋଇଛି। ଏଥିରେ ପ୍ରାୟ ୧.୮୭ ଲକ୍ଷ ଟଙ୍କାର ହ୍ରାସ ପରିଲକ୍ଷିତ ହେଉଛି।ବିଶେଷଜ୍ଞଙ୍କ ମତରେ, ସୁନା ଏବେ କିଣିବା ପାଇଁ ସଠିକ ସମୟ ନୁହେଁ। ଆଗାମୀ ଏପ୍ରିଲ ମାସ ସୁଦ୍ଧା ଦର ଆହୁରି କମିପାରେ। ଅନ୍ତର୍ଜାତୀୟ ବଜାରରେ ସୁନା ୫୦୦୦ ଡଲାରରୁ ଖସି ୪୭୦୦ ଡଲାରକୁ ଆସିପାରେ। ଏହି ସ୍ଥିତିରେ ଭାରତୀୟ ବଜାରରେ ସୁନା ୧.୪୫ ଲକ୍ଷ ଟଙ୍କା ଏବଂ ରୁପା ୨.୩୫ ଲକ୍ଷ ଟଙ୍କାକୁ ଖସି ଆସିବାର ସମ୍ଭାବନା ରହିଛି।ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଭୂ-ରାଜନୈତିକ ଉତ୍ତେଜନା ସତ୍ତ୍ୱେ କିଛି ଆର୍ଥିକ କାରଣ ଯୋଗୁ ଦର କମୁଛି। ଡଲାର ଇଣ୍ଡେକ୍ସ ୧୦୦ ଅତିକ୍ରମ କରିଥିବାରୁ ନିବେଶକମାନେ ସୁନା ଅପେକ୍ଷା ଆମେରିକୀୟ ଡଲାରକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ସୁଧ ହାର କାଟ ନେଇ ଅନିଶ୍ଚିତତା ସୁନା ଚାହିଦାକୁ କମାଇ ଦେଇଛି। ନିବେଶକମାନେ ଭଲ ରିଟର୍ଣ୍ଣ ପାଇଁ ବଣ୍ଡ ଆଡ଼କୁ ମୁହାଁଉଛନ୍ତି। ବଜାରରେ ଅସ୍ଥିରତା ଯୋଗୁ ଗୋଲ୍ଡ ଇଟିଏଫ୍ରୁ ବହୁ ପରିମାଣର ଅର୍ଥ ବାହାର କରାଯାଉଛି।ଯଦି ବିଶ୍ୱ ସ୍ଥିତିରେ ସୁଧାର ଆସେ, ତେବେ ମୂଲ୍ୟରେ ଆହୁରି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିପାରେ। ତେଣୁ ନିବେଶ କରିବା ପୂର୍ବରୁ କିଛି ଦିନ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
