ମୁଖ୍ୟ ଖବର

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

Spread the love

ନୂଆଦିଲ୍ଲୀ, : ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ ସଂଘର୍ଷ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଥିଲେ ମଧ୍ୟ ସରକାର କହିଛନ୍ତି ଯେ ଭୟ କରିବାର କୌଣସି କାରଣ ନାହିଁ।କଳାବଜାରୀ ରୋକିବା ପାଇଁ ସରକାର ଏପର୍ଯ୍ୟନ୍ତ ୧୨,୦୦୦ ଚଢ଼ାଉ କରିଥିବା ବେଳେ ୧୫,୦୦୦ରୁ ଅଧିକ ସିଲିଣ୍ଡର ଜବତ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, କୌଣସି ସ୍ଥାନରେ LPG ‘ଡ୍ରାଏ ଆଉଟ୍’ ବା ସମ୍ପୂର୍ଣ୍ଣ ଶେଷ ହୋଇଯିବାର ଖବର ମିଳିନାହିଁ।ଗତ ସୋମବାର ଗୋଟିଏ ଦିନରେ ପ୍ରାୟ ୭୦,୦୦୦ ପ୍ୟାନିକ ବୁକିଂ କରାଯାଇଛି। ଲୋକଙ୍କୁ ଆତଙ୍କିତ ନହେବାକୁ ସରକାର ଅନୁରୋଧ କରିଛନ୍ତି। ପ୍ରାୟ ୯୪% ଘରୋଇ LPG ବୁକିଂ ଅନଲାଇନରେ ହେଉଛି। ଡେଲିଭରି ଅଥେଣ୍ଟିସିଟି କୋଡ୍ (DAC) ବ୍ୟବହାର ମଧ୍ୟ ୭୬% କୁ ବୃଦ୍ଧି ପାଇଛି। ବିହାର, ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟ ଅଣ-ଘରୋଇ LPG ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।ସେପଟେ ଜଳପଥରେ ଆସୁଥିବା ଗ୍ୟାସ ଯୋଗାଣକୁ ନେଇ ମଧ୍ୟ ଆଶ୍ୱସ୍ତିକର ଖବର ମିଳିଛି। ନନ୍ଦାଦେବୀ LPG କ୍ୟାରିୟର ମଙ୍ଗଳବାର ଭୋର ସମୟରେ କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଏହା ପୂର୍ବରୁ ସୋମବାର ଶିବାଲିକ ଟ୍ୟାଙ୍କର ମୁନ୍ଦ୍ରା ବନ୍ଦରରେ ଲଙ୍ଗର ପକାଇଛି। ଉପସାଗରୀୟ ଅଞ୍ଚଳରେ ଥିବା ସମସ୍ତ ୨୨ଟି ଭାରତୀୟ ଜାହାଜ ଏବଂ ନାବିକ ସୁରକ୍ଷିତ ଥିବା ଜଳପଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA) ଚେତାବନୀ ଦେଇଛି ଯେ ମାର୍ଚ୍ଚ ମାସରେ ବିଶ୍ୱ ତୈଳ ଯୋଗାଣ ଦୈନିକ ୮ ନିୟୁତ ବ୍ୟାରେଲ ହ୍ରାସ ପାଇପାରେ। ଏହି ବିଶ୍ୱସ୍ତରୀୟ ସଙ୍କଟ ସତ୍ତ୍ୱେ ଭାରତ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!