ଦେଶ-ବିଦେଶ

ପୁଅଙ୍କ ଅପେକ୍ଷା ଅଧିକ ଝିଅଙ୍କୁ କରୁଛନ୍ତି ପୋଷ୍ୟ ସନ୍ତାନ ; CARA ରିପୋର୍ଟ କହୁଛି ଓଡ଼ିଶା ଝିଅ ଆଗରେ

Spread the love

ଭୁବନେଶ୍ୱର : ଏବେ ସବୁଠି କନ୍ୟା ସନ୍ତାନଙ୍କ ପ୍ରତି ଆଦର ଓ ସମ୍ମାନ ବୃଦ୍ଧି ପାଉଛି । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ରାଜ୍ୟରେ ଏକ ସକାରାତ୍ମକ ଚିତ୍ର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ପୋଷ୍ୟ ସମ୍ବଳ ପ୍ରାଧିକରଣ (CARA) ର ସଦ୍ୟତମ ରିପୋର୍ଟ ଅନୁସାରେ, ପୋଷ୍ୟ ସନ୍ତାନ ଭାବେ ନୂଆ ପରିବାର ପାଇବାରେ ପୁଅଙ୍କ ତୁଳନାରେ ଝିଅମାନେ ଆଗରେ ରହିଛନ୍ତି ।ରିପୋର୍ଟ ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ କନ୍ୟା ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସଂଖ୍ୟା ବେଶ୍ ଅଧିକ ରହିଛି । ୨୦୨୩-୨୪ ରୁ ୨୦୨୫-୨୬ (ବର୍ତ୍ତମାନ ସୁଦ୍ଧା) ମଧ୍ୟରେ ଓଡ଼ିଶାରେ ମୋଟ ୮୫୪ ଜଣ ଶିଶୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି । ସବୁଠାରୁ ଉତ୍ସାହଜନକ କଥା ହେଉଛି, ଏହି ମୋଟ ଶିଶୁଙ୍କ ମଧ୍ୟରୁ ୪୭୧ ଜଣ ଝିଅ ରହିଥିବା ବେଳେ ପୁଅଙ୍କ ସଂଖ୍ୟା ୩୮୩ ରହିଛି । ଅର୍ଥାତ୍, ପୁଅଙ୍କ ତୁଳନାରେ ୮୮ ଜଣ ଅଧିକ ଝିଅ ନୂଆ ପରିବାର ପାଇଛନ୍ତି ।

ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଥିବା ପ୍ରଭେଦ ଏବେ ଧୀରେ ଧୀରେ କମିବାରେ ଲାଗିଛି । ପରିବାର ଗୁଡିକ ଏବେ କନ୍ୟା ସନ୍ତାନକୁ ଆପଣାଇବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ପୂର୍ବରୁ ପୁଅ ପାଇଁ ଲୋକଙ୍କ ମଧ୍ୟରେ ଯେଉଁ ଅହେତୁକ ଆଗ୍ରହ ରହୁଥିଲା, ଏବେ ସେହି ମାନସିକତାରେ ବଡ଼ ଧରଣର ପରିବର୍ତ୍ତନ ଆସିଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଓଡ଼ିଆ ଝିଅଙ୍କ ପ୍ରତି ବଢୁଥିବା ଏହି ଆଦର ରାଜ୍ୟରେ ମହିଳା ସଶକ୍ତିକରଣ ଏବଂ ସାମାଜିକ ପ୍ରଗତିର ଏକ ସୁନ୍ଦର ଉଦାହରଣ ଭାବେ ଉଭା ହୋଇଛି ।ପୋଷ୍ୟ ଗ୍ରହଣ, ଆଗରେ ଝିଅପୋଷ୍ୟ ଗ୍ରହଣରେ ଓଡ଼ିଶାର ଝିଅମାନେ ଆଗରେପୁଅଙ୍କୁ ପଛରେ ପକାଇଲେ ଝିଅ୪୭୧ ଝିଅ ପାଇଛନ୍ତି ୪୭୧ ନୂଆ ଠିକଣାକେନ୍ଦ୍ରୀୟ ପୋଷ୍ୟ ସମ୍ବଳ ପ୍ରାଧିକରଣ ବା CARAର ରିପୋର୍ଟରେ ଆସିଲା ତଥ୍ୟ ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ରାଜ୍ୟରେ ମୋଟ ୮୫୪ ଶିଶୁ ପୋଷ୍ୟ ହୋଇଛନ୍ତି୨୦୨୩-୨୪ରେ ୧୫୦ ଝିଅ, ୧୦୯ ପୁଅ ପୋଷ୍ୟ ଗ୍ରହଣ୨୦୨୪-୨୫ରେ ୧୫୧ ଝିଅ, ୧୩୬ ପୁଅ ପୋଷ୍ୟ ଗ୍ରହଣ୨୦୨୫-୨୬ରେ ୧୭୦ ଝିଅ, ୧୩୮ ପୁଅ ପୋଷ୍ୟ ଗ୍ରହଣ୨୦୨୫-୨୬ରେ ୧୭୦ ଝିଅ ପୋଷ୍ୟ ହୋଇଛନ୍ତି, ଯାହା ୩ ବର୍ଷରେ ସର୍ବାଧିକ୨୦୨୫-୨୬ରେ ଓଡ଼ିଶାରୁ ୪୫ ଶିଶୁ ବିଦେଶୀ ପରିବାରକୁ ପୋଷ୍ୟ ଯାଇଛନ୍ତିସେଥିରେ ୩୦ ଝିଅ ଓ ୧୫ ପୁଅ ଅଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!