ରାଜ୍ୟ

ସ୍ୱାଧୀନତା ସଂଗ୍ରାମରେ କଳାକାରମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ : ବରିଷ୍ଠ କଳାକାର ମହାସଂଘ

Spread the love

ବ୍ରହ୍ମପୁର, : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା କଳାକାର ସଂଘ ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ଦେଶର ଅଶୀତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଜାତୀୟ ପତାକା ଉତ୍ତୋଳନ ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା, ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ଓଡ଼ିଶା ନାଟକ ସମାରୋହ ସମିତି ଅଧ୍ୟକ୍ଷ ଅନିଳ କୁମାର ପାତ୍ର, କଳାପ୍ରାଣ କୈଳାସ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଅଭିରାମ ରାଉଳ ପ୍ରମୁଖ ଆମ ସ୍ୱାଧୀନତା ସଂଗ୍ରାମରେ କଳାକାର ସମାଜର ଯୋଗଦାନ ଏବଂ ସେମାନଙ୍କ ମହାର୍ହ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା, ସୁଦାମ ପଟ୍ଟନାୟକ, ହରିଶ୍ଚନ୍ଦ୍ର ବରଡ଼, ସରୋଜ କାନ୍ତ ପଣ୍ଡା, ମହେନ୍ଦ୍ର କୁମାର ସାହୁ, ସନିଆ ବେହେରା, ଚିତ୍ତ ରଂଜନ ଦଳାଇ, ବାବୁ ମହାନ୍ତି, କୁନୁ ବେହେରା ପ୍ରମୁଖ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ। ପରିଶେଷରେ ସଂଘ ସହ-ସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!