ମହାନଗର

ସଚେତନ ଅଭିଭାବକ, ଉତ୍ତମ ପରିବେଶ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ହିଁ ଆଦର୍ଶ ଛାତ୍ର ଛାତ୍ରୀ ଗଢି ତୋଲିବାର ପ୍ରକୃତ ମାଧ୍ୟମ

Spread the love

ଭୁବନେଶ୍ୱର : ଗରୀମାମୟ ୮୦ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଆମ୍ଭ ବିଦ୍ୟାଳୟର ସଭାପତି ତଥା ଜାତୀୟ ସ୍ତରର ଖ୍ୟାତି ସଂପନ୍ନ ସାମ୍ବାଦିକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦ୍ଵିପ ପ୍ରଜ୍ବଳନ ପୂର୍ବକ ଆମ ଦେଶର ଗୌରବମୟ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଛନ୍ତି। *”ଆଜିର ଛାତ୍ର ଆସନ୍ତା କାଲି* *ଦେଶର ଭାଗ୍ୟ ନିର୍ମାତା।”* ସଚେତନ ଅଭିଭାବକ, ଉତ୍ତମ ପରିବେଶ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ହିଁ ଜଣେ ଆଦର୍ଶ ଛାତ୍ର ଗଢି ତୋଳିବାର ପ୍ରକୃତ ଉପାଦାନ।ଦେଶ ସର୍ବଦା ସଚ୍ଚୋଟ,ସାହସୀ ଓ କର୍ମବୀର ନାଗରିକ ଚାହେଁ। ଏହା କେବଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଭଳି ସଂସ୍କୃତି ଓ ପରମ୍ପରା ଆଧାରିତ ବିଦ୍ୟାଳୟ ଦ୍ବାରା ସମ୍ଭବ।” ଏହା ଥିଲା ମୁଖ୍ୟ ଅତିଥିଙ୍କର ସାର ଗର୍ଭକ ମାର୍ଗ ଦର୍ଶନ। ଉକ୍ତ କାର୍ଯ୍ୟ କ୍ରମରେ ବିଦ୍ୟାଳୟର ସହସମ୍ପାଦକ ଶ୍ରୀଯୁକ୍ତ ଇନ୍ଦ୍ରଜିତ ଦାଶ,ସଦସ୍ୟା ଶ୍ରୀମତୀ ସୁବାସିନୀ ମଲ୍ଲିକ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ତରାସ ଉପସ୍ଥିତ ଥିଲେ। ସମ୍ପାଦକ ଶ୍ରୀ ସନତ ନାୟକଙ୍କ ପ୍ରେରଣା ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଉକ୍ତ କାର୍ଯ୍ୟ କ୍ରମଟି ସଫଳ ହୋଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!