କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଶ୍ରଦ୍ଧାଳୁ ଓ କାଉଡିଆଙ୍କପାଇଁ ମାଗଣାରେ ଖାଦ୍ୟ ଓ ମୃଦୁ ପାନୀୟ ବ୍ୟବସ୍ଥା
ଭୁବନେଶ୍ୱର : “ବୋଲବମ ” -ଏକ ଡାକ ଓ ଦର୍ଶନ!ପବିତ୍ର ଶ୍ରାବଣ ମାସ ଉପଲକ୍ଷେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଶ୍ରାବଣ ମାସ ଶେଷ ଦୁଇ ପାଳିରେ ଦୁଇଥର ଶ୍ରଦ୍ଧାଳୁ ଓ କାଉଡିଆ ଭାଇମାନଙ୍କପାଇଁ ମାଗଣାରେ ଖାଦ୍ୟ ଓ ମୃଦୁ ପାନୀୟବ୍ୟବସ୍ଥାକରାଯାଇଥିଲା! “ବୋଲବମ୍” କେବଳ ଏକ ଜୟଘୋଷ ନୁହେଁ—ଏହା ଏକ ଜୀବନଦର୍ଶନ। ଏହା ଆମକୁ ଶିଖାଏ ଯେ ଭକ୍ତି ସହିତ ଶୃଙ୍ଖଳା, ତ୍ୟାଗ, ସେବା ଓ ମାନବିକତା ଯୋଡ଼ିଗଲେ ସମାଜ ଅଧିକ ସୁନ୍ଦର ହୋଇଉଠେ। କାଉଡ଼ିଆ ଯାତ୍ରା ଭକ୍ତଙ୍କ ପଦଯାତ୍ରା ହୋଇଥିଲେ ମଧ୍ୟ, ପ୍ରକୃତରେ ଏହା ମଣିଷର ଅନ୍ତରରୁ ଈଶ୍ୱରଙ୍କ ଦିଗକୁ ଏକ ପବିତ୍ର ଯାତ୍ରା।ଭଗବାନ ଶିବଙ୍କ ପାଇଁ କାନ୍ଧରେ ଜଳ ବହନ କରୁଥିବା କାଉଡ଼ିଆ ପ୍ରକୃତରେ ନିଜ ଅହଂକାରକୁ ବହନ କରି ତ୍ୟାଗ କରିବାର ସାଧନା କରେ। “ବୋଲବମ୍” ଧ୍ୱନି କେବଳ କଣ୍ଠର ଉଚ୍ଚାରଣ ନୁହେଁ, ଏହା ହୃଦୟର ଜାଗରଣ। ଭକ୍ତି ଯେତେବେଳେ ସେବା ସହିତ ଯୋଡ଼ିଯାଏ, ସେତେବେଳେ ସମାଜରେ ଶାନ୍ତି, ସମ୍ପ୍ରୀତି ଓ ମଙ୍ଗଳର ପଥ ପ୍ରଶସ୍ତ ହୁଏ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ କର୍ମକର୍ତ୍ତା ବିଦ୍ୟାଧର ମହାପାତ୍ର, ବାସୁଦେବ ପରିଡ଼ା, ଜାନକୀ ବହ୍ଲଭ ଧଳ, କୃଷ୍ଣ ଚନ୍ଦ୍ର ରାଉତ,ଶଙ୍କର ଶଣ ବେହେରା, ବାସୁଦେବ ସାହୁ, ଅଜିତ ସାହୁ, ମୁକେଶ ସିଂ ଆଲୋକ ମହାନ୍ତି, ହରେକୃଷ୍ଣ ବରାଳ, ଅଭିମନ୍ୟୁ, ହୃଷିକେଶ ପ୍ରଧାନ, ଦେବେନ୍ଦ୍ର ବେହେରା,ଗୋବିନ୍ଦ ପଟ୍ଟନାୟକ,ମିର୍ଜା, ତୋଫାନ ତାରିଣୀୟା, ସୋମନାଥ ବେହେରା, ଲିଟନ ମହାପାତ୍ର,ଆରତ ବେହେରା,ଦୁଷ୍ମନ୍ତ ବେହେରା,ମନୋରଞ୍ଜନ ସାହୁ ସେବାକାର୍ଯ୍ୟରେ ନିୟୋଜିତ ଥିବାବେଳେ ଶେଖ ସକିଲୁର ରେହେମନ,ସୁଭାଶିଷ ବେହେରା, ଦିପକ ରାଉତ,ଜୟକୃଷ୍ଣ ବେହେରା,ଶେଖର ପ୍ରସାଦ, ସେଭେନ ବିଟ୍ସ ଟିଭିସମ୍ପାଦକସାନ୍ତାନୁ ନାୟକ , ସୂଚନା ଟିଭି ସମ୍ପାଦକ ସୁକାନ୍ତ ମହାନ୍ତି,ପ୍ରମୁଖ ସହଯୋଗୀତା କରିଥିଲେ! ଅନୁଷ୍ଠାନ ର ସମ୍ପାଦକ ଡ଼କ୍ଟର ପ୍ରମୋଦ କିଶୋର ପରିଡା ପରିଚାଳନା କରିଥିଲେ! ବୋଲବମ.. ହେରେହରେ ବମ..
