୨୮ ତାରିଖରୁ ପୁଣି ବ୍ୟାଙ୍କ ଧର୍ମଘଟ : ୩୦ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ ଡାକରା
ଭୁବନେଶ୍ୱର : ସେପ୍ଟେମ୍ବର ୨୮ ତାରିଖରୁ ପୁଣି ବ୍ୟାଙ୍କ ଧର୍ମଘଟ । ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଏସ୍ବିଆଇ ତାର ଗ୍ରାହକମାନଙ୍କୁ ଧର୍ମଘଟ ତାରିଖ ପୂର୍ବରୁ ଜରୁରୀ ବ୍ୟାଙ୍କିଂ କାରବାର ସାରିଦେବାକୁ ପରାମର୍ଶ ଦେଇଛି । ଧର୍ମଘଟ ସମୟରେ ଆବଶ୍ୟକ ସେବା ଜାରି ରଖିବା ପାଇଁ ସମ୍ଭବ ସମସ୍ତ ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏଇ ମାସ ୧୧ ତାରିଖରେ ମଧ୍ୟ ବ୍ୟାଙ୍କ ଧର୍ମଘଟ ହୋଇଥିଲା ।
