ରାଜ୍ୟ

ରଥଯାତ୍ରା: ଶ୍ରୀକ୍ଷେତ୍ର ସୁରକ୍ଷାରେ ମୁତୟନ ହେବେ ୧୦ ହଜାର ପୁଲିସ ଫୋର୍ସ

Spread the love

ପୁରୀ: ଦୁଇ ଦିନ ପରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଗୁଡ଼ିକର ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେବାୟତମାନେ ଦିନରାତି ଏକ କରି ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି। ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କର ସୁଅ ଛୁଟୁଛି। ହୋଟେଲ, ଲଜ୍‌, ମଠ ଓ ଧର୍ମଶାଳାରେ ମଧ୍ୟ ଧୀରେଧୀରେ ଗହଳି ବଢ଼ିବାରେ ଲାଗିଛି। ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରାଯାଇଛି। ଟ୍ରାଫିକ୍‌, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍‌ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଛି। ନୂଆ କରି ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି।ଡିଜିପି କହିଛନ୍ତି, ଶ୍ରୀକ୍ଷେତ୍ର ମୋଟ୍‌ ୨୭୫ଟି ସିସିଟିଭି ନଜରରେ ରହିବ। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଠାରୁ ପୁରୀ ଏବଂ ପୁରୀ ଠାରୁରୁ କୋଣାର୍କ ପର୍ଯ୍ୟନ୍ତ ସିସିଟିଭି ଖଞ୍ଜା ଯାଉଛି। ଲାଇଭ୍‌ ଫିଡ୍‌ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍‌ରୁ କଣ୍ଟ୍ରୋଲ ହେବ। ଟ୍ରାଫିକ୍‌ ପାଇଁ ସ୍ବତନ୍ତ୍ର ପ୍ଲାନ୍‌ ଓ ଆଣ୍ଟି ଡ୍ରୋନ୍‌ ବି କାମ କରିବ। ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଆକାଶ ମାର୍ଗରୁ ଏରିୟଲ ସର୍ଭେ କରାଯିବ, ତୀକ୍ଷ୍‌ଣ ନଜର ରଖାଯିବ। ଉପକୂଳରେ ତଟରକ୍ଷୀ, ମେରାଇନ ପୁଲିସ ପାଟ୍ରୋଲିଂ କରିବେ। ମୋଟ ୧୦ ହଜାର ପୁଲିସ ଫେଶର୍ସ ଶ୍ରୀକ୍ଷେତ୍ର ସୁରକ୍ଷାରେ ରହିବେ।

Leave a Reply

Your email address will not be published. Required fields are marked *

error: Content is protected !!