ଅପରାଧ

କରଞ୍ଜିଆରେ ଯୁବତୀଙ୍କୁ ଗଣବଳାତ୍କାର: ମୁଖ୍ୟ ଅଭିଯୁକ୍ତ ଅଟକ,

Spread the love

କରଞ୍ଜିଆ: ମୟୂରଭଞ୍ଜ ଜିଲାର କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିବା ସମୟରେ ଘଟଣାଟି ଘଟିଥିବା ଜଣାପଡ଼ିଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ, ଯୁବତୀ ଜଣଙ୍କ ଜଙ୍ଗଲିଆ ରାସ୍ତା ଦେଇ ଫେରୁଥିବା ବେଳେ ତିନି ଜଣ ଅଭିଯୁକ୍ତ ତାଙ୍କୁ ବାଇକ୍‌ରେ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ କରଞ୍ଜିଆ ଥାନାରେ ତିନି ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଅଟକ କରିଥିବା ବେଳେ, ଅନ୍ୟ ଦୁଇ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି।ମୟୂରଭଞ୍ଜ ଏସପି କହିଛନ୍ତି ଯେ, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହି ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି, ଏବଂ ସ୍ଥାନୀୟ ଲୋକେ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି

Leave a Reply

Your email address will not be published. Required fields are marked *

error: Content is protected !!