ମୁଖ୍ୟ ଖବର

ସିଂହଦ୍ୱାରରେ ଲାଗିଲା ୩ ଥର: ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାବାହୁ

Spread the love

ପୁରୀ,: ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କୁ ଦେଖିବାକୁ ବ୍ୟାକୁଳ ହେଲେଣି ଭକ୍ତ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି।ଆଜ୍ଞାମାଳ ବିଜେ ପରେ ରଥଖଳାରୁ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ୩ ରଥ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ପ୍ରଥମେ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାରକୁ ଗଡ଼ି ଥିଲା।ଏହା ପଛକୁ ଦେବଦଳନ ଏବଂ ତାଳଧ୍ୱଜ ରଥକୁ ପୋଲିସ କର୍ମଚାରୀ ଟାଣି ସିଂହଦ୍ୱାର ସମ୍ମୁଖକୁ ଆଣିଥିଲେ। ଘଣ୍ଟଘଣ୍ଟା ନାଦରେ କମ୍ପୁଛି ବଡଦାଣ୍ଡ । ରଥ, ପଥ ପ୍ରସ୍ତୁତ ।ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଜନ୍ମବେଦୀକୁ ଯାତ୍ରା କରିବେ ବେନି ଭାଇ, ସାଙ୍ଗରେ ରହିବେ ଭଉଣୀ ସୁଭଦ୍ରା । ଏଥିପାଇଁ କେତେ ପ୍ରସ୍ତୁତି କେତେ ଆୟୋଜନ।ଇତି ମଧରେ ରଥଯାତ୍ରା ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। ଶୁକ୍ରବାର ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ଼ ହେବେ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବାକୁ ଥିବା ବେଳେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ରଥଟଣା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!