Oplus_16908288
ପଟାମୁଣ୍ଡାଇ : ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସାହ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବା ୩ଜଣ ଯୁବକଙ୍କ ମୃତଦେହ ଲୁଣାନଦୀରୁ ଉଦ୍ଧାର କରାଯାଇଛି। ନିଖୋଜ ହେବାର ପ୍ରାୟ ୩ ଘଣ୍ଟା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତିନି ଯୁବକଙ୍କର ମୃତଦେହ ଉଦ୍ଧାର କରିଛନ୍ତି।
