ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳିପୁର ଗ୍ରାମର ବଡସାହି ଓ ନିକଟସ୍ଥ ନିମପାଟଣା ଗ୍ରାମରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦଶହରା ପର୍ବ। ବର୍ଷ ବର୍ଷ ଧରି ପ୍ରଚଳିତ ପରମ୍ପରା ଅନୁଯାୟୀ ପବିତ୍ର ଦଶହରା ଦିନ ଖାଡୁ ବଳଦକୁ ଅନୁକୂଳ ଭାବେ ଗ୍ରହଣ କରାଯାଇ ପୂଜାର୍ଚ୍ଚନା କରା ଯାଇଥିଲା। ପ୍ରଥମେ ବଳଦକୁ ଚାନ୍ଦୁଆ,ଘାଗୁଡି,ଘଣ୍ଟି ପିନ୍ଧାଇ ସାଜସଜ୍ଜା କରାଯିବା ସହ ଖାଡୁ ବଳଦର ବିଭିନ୍ନ ସରଞ୍ଜାମକୁ ଗୃହକର୍ତ୍ତାଙ୍କ ଦ୍ଵାରା ପୂଜା କରାଯାଇଥିଲା। ସଂନ୍ଧ୍ୟାରେ ଝାଞ୍ଜ, ଖୋଳ,ମୃଦଙ୍ଗ ସହ ସଙ୍କୀର୍ତ୍ତନ କରି ଖାଡୁ ବଳଦକୁ ଗ୍ରାମ ପରିକ୍ରମା କରାଯାଇଥିଲା।ଏ ଅବସରରେ ଗ୍ରାମର ଆରାଧ୍ୟ ମା’ ବ୍ରାହ୍ମଣୀ ଦେବୀଙ୍କ ନିକଟରେ ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପର୍ବ ଅନୁଷ୍ଠିତ ହୋଇଥିଲା। ଖାଡୁ ବଳଦ ଭଳି ଅନନ୍ୟ ତଥା ବିଲୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାକୁ ଦିର୍ଘ ବର୍ଷ ଧରି ବଞ୍ଚାଇ ରଖିଥିବା ବନମାଳିପୁର ଓ ନିମପାଟଣା ଗ୍ରାମବାସୀଙ୍କୁ ସମଗ୍ର ଖଣ୍ଡପଡ଼ା ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରିଥିବା ଜଣାପଡିଛି।(ଫଟୋ ପଠାଇଛି)
