ବାଣିଜ୍ୟ

ଏଲ୍‌ଆଇସି ଅଂଶଧନ ବିକିବେ ସରକାର

Spread the love

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଫର୍‌ ଫର୍‌ ସେଲ୍‌ ମାଧ୍ୟମରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି। କମ୍ପାନିରେ ସରକାରଙ୍କ ୯୬.୫ ପ୍ରତିଶତ ଅଂଶଧନ ରହିଛୁ। କମ୍ପାନିର ୬.୫ ପ୍ରତିଶତ ଅଂଶଧନ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଚର୍ଚ୍ଚା ହେଉଛି।ଅଫର୍‌ ଫର୍‌ ସେଲ୍‌ ହେଉଛି ଏଭଳି ଏକ ବ୍ୟବସ୍ଥା ଯେଉଁଥିରେ କମ୍ପାନିର ପ୍ରତିଷ୍ଠାତା, ନିବେଶକ ଓ ବଡ଼ ଅଂଶଧନକାରୀମାନେ ନିଜ ପାଖରେ ଥିବା ସେୟାରକୁ ସାଧାରଣ ନିବେଶକମାନଙ୍କୁ ବିକ୍ରି କରିଥାନ୍ତି। ତେଣୁ ଏହି ସେଲ୍‌ରେ କମ୍ପାନିର ପୂର୍ବରୁ ବିକ୍ରି ହୋଇଥିବା ସେୟାର ବିକ୍ରି ହେବ। ୨୦୨୩ରେ ଏଲ୍‌ଆଇସି ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୩.୫ ପ୍ରତିଶତ ଅଂଶଧନ ବିକ୍ରି କରି ୨୦,୫୫୭ କୋଟି ଟଙ୍କା ହାସଲ କରିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!