ମୁଖ୍ୟ ଖବର

ମୌସୁମୀ ଅଧିବେଶନ ମଝିରେ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

Spread the love

ନୂଆଦିଲ୍ଲୀ,: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ରାଷ୍ଟ୍ରପତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖାଯାଇଥିବା ଏକ ଚିଠିରେ ସେ ଅସୁସ୍ଥ ସ୍ବାସ୍ଥ୍ୟ କାରଣ ଦର୍ଶାଇ ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ଇସ୍ତଫା ଘୋଷଣା କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ତାଙ୍କ ସହଯୋଗ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଧନ୍ୟବାଦ ଜଣାଇଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖାଯାଇଥିବା ଏକ ଚିଠିରେ ସେ କହିଛନ୍ତି, ଆମର ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭାବରେ ମୁଁ ଯେଉଁ ଅମୂଲ୍ୟ ଅଭିଜ୍ଞତା ପାଇଛି ସେଥିପାଇଁ ମୁଁ ଗଭୀର କୃତଜ୍ଞ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଏବଂ ସମର୍ଥନ ଅମୂଲ୍ୟ ରହିଛି। ମୋ କାର୍ଯ୍ୟକାଳ ମଧ୍ୟରେ ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି।ଜଗଦୀପ ଧନଖର ୨୦୨୨ରେ ଭାରତର ଉପରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ସେ ରାଜ୍ୟସଭାର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି। ତାଙ୍କ ନେତୃତ୍ୱରେ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ତେବେ, ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ସେ ନିଜର ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଧନଖରଙ୍କ ଇସ୍ତଫା ଘୋଷଣା ପରେ ରାଜନୈତିକ ମହଲରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି। ଭାଜପା ନେତାମାନେ ତାଙ୍କର ସ୍ବାସ୍ଥ୍ୟ ପାଇଁ କାମନା ଜଣାଇବା ସହ ତାଙ୍କ କାର୍ଯ୍ୟକାଳରେ ଦେଶ ପ୍ରତି ଅବଦାନକୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ, ବିରୋଧୀ ଦଳମାନେ ଏହି ଇସ୍ତଫାକୁ ନେଇ ବିଭିନ୍ନ ଜଳ୍ପନା କରୁଛନ୍ତି। କେତେକ ନେତା ଏହାକୁ ସୱାସ୍ଥ୍ୟ ସମସ୍ୟା ସହ ଜ ଏକ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଥିବାବେଳେ, ଅନ୍ୟମାନେ ଏହା ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!