ରାଜନୀତି

ଜେଲ ଗଲେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି, ଯୁବତୀଙ୍କୁ ନିଶା ଦେଇ କରିଥିଲେ ବଳାତ୍କାର

Spread the love

ଭୁବନେଶ୍ୱର : ଜେଲ ଗଲେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଯାଇଛନ୍ତି। ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ। ଗିରଫ ପରେ ଉଦିତ୍‌ ପ୍ରଧାନଙ୍କୁ ନିଲମ୍ବନ କରିଥିଲା କଂଗ୍ରେସ।ସୂଚନାଯୋଗ୍ୟ, ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଉଦିତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ଅଭିଯୋଗ ଅନୁଯାୟୀ, ପୀଡ଼ିତା ହେଉଛନ୍ତି ଚନ୍ଦକା ଥାନା ଅଞ୍ଚଳର। ସେ ଓ ତାଙ୍କର ଜଣେ ସାଙ୍ଗ ଅନ୍ୟ ଜଣେ ଯୁବକଙ୍କ ସହ ଗତ ମାର୍ଚ୍ଚ ୧୮ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନକୁ ବୁଲି ଯାଇଥିଲେ। ଏହାପରେ ସେଠାରେ ଉଦିତ୍ ସେମାନଙ୍କ ଗାଡ଼ିରେ ଆସି ବସିଥିଲେ। ତାଙ୍କୁ ବୁଲେଇ ନେବାକୁ କହି ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ। ଉଦିତ ତାଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେବା ପରେ ତାଙ୍କ ମୁଣ୍ଡ ବୁଲେଇଥିଲା। ସେ ଘରକୁ ଯିବାକୁ ଚେଷ୍ଟା କରିବାରୁ ଉଦିତ ଓ ଅନ୍ୟମାନେ ତାଙ୍କୁ ଛାଡ଼ି ନ ଥିଲେ। ତାଙ୍କୁ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳାତ୍କାର କରିଥିଲେ। ପ୍ରାୟ ୩୦ମିନିଟ ପରେ ତାଙ୍କ ଆଖି ଖୋଲିବାରୁ ଏ ବିଷୟରେ ସେ ଜାଣିପାରିଥିଲେ। ଉଦିତ ତାଙ୍କୁ ଧମକ ଦେବାରୁ ସେ ଚୁପ ରହିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ନାରୀଙ୍କୁ ନ୍ୟାୟ ଦେବା ଅଭିଯାନ ଚାଲିଥିବା ବେଳେ ପୀଡ଼ିତା ସାହସ କରି ଏତଲା ଦେଇଛନ୍ତି ବୋଲି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!