ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି l ଆଜି ଭୋର ସମୟରେ ଡାକବାଜିଯନ୍ତ୍ର ସାହାଯ୍ଯରେ ପ୍ରଭାତଫେରୀ ହେବା ପରେ ସହରରେ ଥିବା ମହାମନିଷୀମାନଙ୍କର ପ୍ରତିମୂର୍ତ୍ତୀ ଠାରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା l ଏହାପରେ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ଜାତୀୟ ସଂଗୀତ ଜନଗଣମନ ଅଧିନାୟକ ଗୁଂଜରିତ ହୋଇଥିଲା l ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନ ୨୭ଟି ପ୍ଲାଟୁନ ଗ୍ରୁଫ ଙ୍କ ପାଖକୁ ଗାଡି ସାହାଯ୍ଯରେ ଭ୍ରମଣ କରି ନିରୀକ୍ଷଣ କରିଥିଲେ l ସେଠାରୁ ଫେରି ଅଭିଭାଷଣ ଦେବାକୁ ଯାଇ କହିଥିଲେ ଯେ, ଆମେ ଆଜି ୭୯ତମ ସ୍ବାଧୀନତା ଦିବସ ପାଳନ କରୁଅଛୁ, ଏହା ଭିତରେ କେତେ ଘାତପ୍ରତିଘାତ ଚାଲିଗଲାଣି, ତଥାପି ଆମେ କେତେ ଆଗେଇ ପାରିଛେ, ତାହା ଆପଣମାନେ ଅନୁମାନ କରିପାରୁଥିବେ l ସମଗ୍ର ବିଶ୍ବକୁ ଚେଲେଞ୍ଚ କରିବାର ସକ୍ଷମ ହେଲାଣି l ଆଜି ମଧ୍ଯ ଡିଫେନ୍ସ ଫରସେସ୍ , ସିଭିଲିଆନ ଟ୍ରୁପ୍, ସମସ୍ତ ସାରଭିସ ହୋଲଡର ପ୍ରାଇମେରୀ , ସେକେଣ୍ଡାରୀ ଅବା ତାଜିଆ ସେକ୍ଟର ରେ ଦେଶ ପାଇଁ ସମସ୍ତଙ୍କର ଅବଦାନ କିଛି ନା କିଛି ରହିଛି l ଏହାପରେ ପ୍ଯାରେଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିସହିତ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ ଓ ଅତିରିକ୍ତ ଜିଲ୍ଲା ମ୍ଯାଜିଷ୍ଟେଟ୍ ସୁଚାରୁ ବଳ ପ୍ରମୁଖ ଯୋଗ ଦେଇଥିଲେ l ଏହାପରେ ପୁରସ୍କାର ବିତରଣୀ ପର୍ବରେ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତିଙ୍କ ପରିଚାଳନାରେ ବାମନଘାଟୀ ଉପଖଣ୍ଡରେ ମେଟ୍ରିକ ପରୀକ୍ଷାରେ ସିବିଏସସି, ଆଇସିଏସସି ଓ ଓଡିଶା ବୋର୍ଡରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୁତ କରିବା ସହିତ ଆସେକା, ସେବସ୍ତମ୍ଭ ଓ ଡାକବିଭାଗ ଆନୁକୂଲ୍ଯରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୁତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୁତ କରିଥିଲେ l ଏଥିସହିତ ବିଦ୍ଯାଳୟ ଓ ମହାବିଦ୍ଯାଳୟ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୁତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୁତ କରିବା ସହିତ ରଙ୍ଗିନ ଆଲୋକମାଳାରେ ସଜ୍ଜୀକରଣରେ ପ୍ରଥମ ରାଇରଙ୍ଗପୁର ମ୍ଯୁନିସିପାଲିଟି , ଦ୍ବିତୀୟ ଆଇଟିଡିଏ ରାଇରଙ୍ଗପୁର ଓ ତୁତୀୟ ମୁତ୍ତିକା ସଂରକ୍ଷଣ ବିଭାଗ ରାଇରଙ୍ଗପୁରଙ୍କୁ ପୁରସ୍କୁତ କରାଯାଇଥିଲା l ପରିଶେଷରେ ପ୍ଯାରେର୍ଡ ପ୍ରତିଯୋଗିତାରେ ୩ଟି ଗ୍ରୁଫ୍ ମଧ୍ଯରୁ ୧) ଏନସିସି ଗ୍ରୁଫ୍ ରୁ ପ୍ରଥମ ସ୍ଥାନ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ରାଇରଙ୍ଗପୁର ଓ ଦ୍ବିତୀୟ ସ୍ଥାନ ରାଇରଙ୍ଗପୁର କଲେଜ, ୨) ଗାଇଡ୍ ଓ ରେଡକ୍ରସ ଗ୍ରୁଫ୍ ରୁ ପ୍ରଥମ ସ୍ଥାନ ଏସଏସଡି ଗାର୍ଲ ହାଇସ୍କୁଲ , ମହୁଲଡିହାଁ, ରାଇରଙ୍ଗପୁର ଓ ଦ୍ବିତୀୟ ସ୍ଥାନ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ରାଇରଙ୍ଗପୁର ଓ ୩) ସିଭିଲିଆନ ଗ୍ରୁଫ୍ ରୁ ପ୍ରଥମ ସ୍ଥାନ ରାଇରଙ୍ଗପୁର ମହିଳା ମହାବିଦ୍ଯାଳୟ ଓ ଦ୍ବିତୀୟ ସ୍ଥାନ ରାଇରଙ୍ଗପୁର ଉଚ୍ଚ ବିଦ୍ଯାଳୟ ଅଧିକାର କରିଥିଲେ l ସେମାନଙ୍କୁ ଅତିଥିଗଣ ସିଲ ଓ ମାନପତ୍ର ଦେଇ ପୁରସ୍କୁତ କରିଥିଲେ l ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା ଓ ଧନ୍ଯବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ଯକ୍ରମରେ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି, ବୁଦ୍ଧିଜିବୀ, ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଲୋକେ ବହୁ ସଂଖ୍ଯାରେ ଉପସ୍ଥିତ ଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ
