ଓଡିଶା ଡ୍ରାଇଭର ମହାସଙ୍ଘ ବୋରିଗୁମ୍ମା ବ୍ଲକ ତରଫରୁ ସ୍ୱାଧୀନତା ଦିବସ ପାଳି
ବୋରିଗୁମ୍ମା -: -ବୋରିଗୁମ୍ମା ରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡ଼. ପ୍ରଦୀପ କୁମାର ସ୍ୱାଇଁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ନିଜ ଅଭିଭାଷଣ ରେ ଡ଼. ସ୍ୱାଇଁ ପ୍ରତ୍ୟକ ବ୍ୟକ୍ତି ସ୍ୱାଧୀନତା ସୁରକ୍ଷା ଓ ଦେଶର ପ୍ରଗତି ପାଇଁ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସଙ୍ଘର ସଭାପତି ସୁଜିତ କୁମାର ସାହୁ ଓ ସମ୍ପାଦକ ରମେଶ ଚନ୍ଦ୍ର ମାଝୀ ସମେତ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ l
