SAMAJAINA

ହ୍ୟୁମାନ ଗାଇଥିଲେ ‘ମଦରେ ତୁ ସାହାରା’, ଛାଡପତ୍ର ପରେ

Spread the love

ଭୁବନେଶ୍ୱର, ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।ଗତ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ମୁଖ୍ୟତଃ ଲିଭର୍ ଓ କିଡନୀ ଜନିତ ଗୁରୁତର ରୋଗ ସହ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ ଆଦିରେ ପୀଡ଼ିତ ଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ।ତାଙ୍କ ସ୍ତ୍ରୀ’ଙ୍କ ସହ ଛାଡପତ୍ର ହେବା ପରେ ହ୍ୟୁମାନ ପୂର୍ବ ଅପେକ୍ଷା ଅଧିକ ମଦ୍ୟପାନ କରୁଥିଲେ, ଯାହା ତାଙ୍କ ସ୍ୱାସ୍ଥ୍ୟକୁ ଅଧିକ ଖରାପ କରିଥିଲା। ଏପରିକି ସେ ଅତୀତରେ ‘ମଦରେ ମଦରେ ତୁ ସାହାରା’ ଭଳି ଗୀତ ମଧ୍ୟ ଗାଇଥିଲେ।ଗୁରୁତର ଅବସ୍ଥା ଯୋଗୁଁ କଟକର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ନେବାର ଯୋଜନା ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଡାକ୍ତରଙ୍କ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିଥିଲେ।ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ କହିଛନ୍ତି ଯେ, “ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି।” ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ରେ ଅନେକ ରୋମାଣ୍ଟିକ୍ ଗୀତ ଗାଇଥିବା ହ୍ୟୁମାନ ସାଗରଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!