ଖଣି ଦୁର୍ନୀତିରେ କୋଟିପତି ମାଇନିଙ୍ଗ ଅଫିସର-ଧୃବା
ଯୋଡ଼ା ::-ଖଣି-ନିର୍ଦ୍ଦେଶାଳୟ ତଥା ରାଜ୍ୟର ଏକନମ୍ବର କୋଟିପତି ମାଇନିଙ୍ଗ ଅଫିସର ଦୀପକ ଧୃବା।ତେବେ ଖୁବ’କମ ବୟସର ସହିତ କମ ସମୟରେ କୋଟିପତି ବନିବା ସମ୍ଭବ ହୋଇପାରିଛି କେବଳ ରାଜ୍ୟର ଏକମାତ୍ର ମାଇନିଙ୍ଗ ଅଫିସର-ଦୀପକ ଧୃବା ନିମନ୍ତେ।ତେବେ କେଉଁ ଯାଦୁଗରୀ ବିଦ୍ୟା ରହିଛି ଦୀପକ ଧୃବା ଠାରେ ଯେ ଯୋଡ଼ା ଡ଼ିଡ଼ିଏମ ଅଫିସରରେ ଚାକିରୀ ଆରମ୍ଭରୁ ଯେ ଏଯାଏ ବଦଳି ନାହିଁ।ଏପରିକି ତିନି’ତିନି ଜଣ ଖଣି ଉପ-ନିର୍ଦ୍ଦେଶକଙ୍କ(ଡ଼ିଡ଼ିଏମ) ଆସିବାରୁ ଆରମ୍ଭ କରି ଦୁଇଜଣଙ୍କ ବଦଳି ହୋଇଗଲାଣି କିନ୍ତୁ ମାଇନିଙ୍ଗ ଅଫିସର ଦୀପକ ଧୃବାର ବଦଳି ନାହିଁ।ତେବେ ଏଠାରେ ପ୍ରକାଶଯୋଗ୍ୟ ଉକ୍ତ ତିନିଜଣ ଦୁର୍ନୀତିଖୋର ଖଣି ଉପ-ନିର୍ଦ୍ଦେଶକଙ୍କ(ଡ଼ିଡ଼ିଏମ) ଯାବତୀୟ ଦୁର୍ନୀତି’ଅନୀତିର ସମ୍ପୃକ୍ତରେ ମାଇନିଙ୍ଗ ଅଫିସର ଦୀପକ ଧୃବା ନିଜର ଯୁବା ଅବସ୍ଥାର ଚାକିରୀ ଚାରି’ପାଞ୍ଚ ବର୍ଷ କେଇଟା କୋଟିପତି ବନିଥିବା ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିବାକୁ ସମଗ୍ର ଖଣିଅଞ୍ଚଳ ଦେଖିବାକୁ ପାଇଛି।ଏପରିକି ଯୋଡ଼ା ଏବଂ କୋଇଡା ଖଣିକ୍ଷେତ୍ରର ପ୍ରାୟ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ମହାଦୁର୍ନୀତିର ମୂଳ ଯୋଡ଼ା ଲାବ-ବିଭାଗୀୟଙ୍କ ସମ୍ପୂର୍ଣ୍ଣ ଲିଙ୍କରେ,ଆରମ୍ଭ ଦିନରୁ ମାଇନିଙ୍ଗ ଅଫିସର ଦୀପକ ଧୃବା ରହିଥିବାରୁ ଏହି ଗ୍ରେଡ଼’ସ୍କାମ ଦୀର୍ଘ ଏବଂ ଚୀରସ୍ଥାୟୀ ରହିଛି ବୋଲି ଆଜି ସାରାରାଜ୍ୟ ତାହାର ପ୍ରମାଣ ପାଏ।ତେବେ ଖଣି ଦୁର୍ନୀତିରେ ଏଭଳି ଦୁର୍ନୀତିଖୋର ଯୁବ-ମାଇନିଙ୍ଗ ଅଫିସର-ଧୃବାକୁ ବଦଳି ପୂର୍ବରୁ ସରକାରଙ୍କ ତଦନ୍ତକାରୀ ଦଳ କିମ୍ବା ଭିଜିଲାନ୍ସ ବିଭାଗର ଟାଣୁଆ ଅଫିସର ମାଡିବସି ପରିସରକୁ ନେଇ,ରାଉରକେଲା ସହରରେ ଲୁକାୟତ ରହିଥିବା ସମସ୍ତ କଳା’ଖଣି ଟଙ୍କାକୁ ନିଜ ଅଧୀନକୁ ନେବା ହେଉ ବୋଲି ତୀବ୍ରଦାଵୀ ହେଉଥିବାର ଜଣାପଡେ।
