ଲୁଟେରା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସର୍ବେନ୍ଦୁ ସୂତାରଙ୍କ ଲୁଟେରା ରାଜ
ଭୁବନେଶ୍ୱର :ସାଧାରଣ ଜନତାଙ୍କ ଅର୍ଥକୁ ଲୁଣ୍ଠନ କରି ସେହି ଟଙ୍କାରେ ରାଜଧାନୀ ରେ ଏକାଧିକ ପ୍ଲଟ, ଫ୍ଲାଟ, ଓ ସୌଖିନତଥା ବିଳାସପୁର୍ଣ ଗୃହ ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗର ଜଗତସିଂହପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସର୍ବେନ୍ଦୁ ସୂତାରଙ୍କ ଅସଲ ମୁଖା ଖୋଲିବାରେ ଲାଗିଛି, ଲୁଟେରା ଯନ୍ତ୍ରୀ ସୂତାର ବାବୁ ଅନେକ ନିର୍ମାଣ କାର୍ଯ୍ୟ ତ୍ରୁଟିପୂର୍ଣ୍ଣ କରି ସେତୁ ମୁଖ୍ୟଯନ୍ତ୍ରୀ ଅରବିନ୍ଦ ତ୍ରିପାଠୀଙ୍କ ଠାରୁ ଗାଳି ଖାଇବା ପରେ ମଧ୍ୟ୍ୟ ଏକ ବ୍ରିଜକୁ ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଓ ଭୁଲ କରି ଥିଲେ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି,, ଅର୍ଥ ଶୋଷଣକାରି, ଲୁଟେରା, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ଯନ୍ତ୍ରୀ ସର୍ବେନ୍ଦୁ ସୂତାରଙ୍କୁ କିପରି ଓ କିଏ ପ୍ରମୋସନ ପାଇଁ ସୁପାରିସ କଲା ଓ ଏହାପଛରେ ଯନ୍ତ୍ରୀ ସୂତାର କେତେ ଲକ୍ଷ ଟଙ୍କା କାରବାର କରିଛନ୍ତ ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ବରଗଡ଼ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେ ମତ ପ୍ରକାଶ କରିଛନ୍ତି, ମହାଦୁର୍ନୀତି ରେ ଲିପ୍ତ ସର୍ବେନ୍ଦୁ ସୂତାର ଜଗତସିଂହପୁର ଜିଲ୍ଲାରୁ କୋଟିକୋଟି ଟଙ୍କା ମିଥ୍ୟା ବିଲ କରି ଲୁଟିସାରିଲେଣି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି,ଦୁର୍ନୀତିଗ୍ରସ ଯନ୍ତ୍ରୀ ସୂତାର ବାବୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୋଇଯାଇଥିବାରୁ ସଚିବ, ମନ୍ତ୍ରୀଙ୍କୁ ଡ୍ୟାସ ରେ ଖାତିର କରୁନାହାନ୍ତି ବୋଲି ଠିକାଦାର ରମେଶ ମହାନ୍ତି କହିଛନ୍ତି, ଅହଂକାରୀ, ମିଥ୍ୟା ବିଲ କରି କଳା ଟଙ୍କାର ପାହାଡ଼ ଉପରେ ବସିଥିବା ଯନ୍ତ୍ରୀ ସୂତାର ଏବେ କ୍ଷମତା ରେ ରହି ଜଗତସିଂହପୁର ଡିଭିଜନକୁ ଖୋଳ କରିସାରିଲେଣି ବୋଲି ଅରୁଣ ପାଣ୍ଡେ କହିଛନ୍ତି, ଏବେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାମନ୍ଦିରକୁ ବାଟ ଦେଖାଉଥିବା ପ୍ରବେଶ ପଥ ରାସ୍ତାରଦୁଇଟି ଫାଟକକୁ ନେଇ ବିବାଦ ଦେଖା ଦେଇଛି।।୮୦ ଲକ୍ଷ ଟଙ୍କା ବ୍ୟୟରେ କୟିପୁର-ଜଗତସିଂହପୁର ରାସ୍ତାର ସଅଁରା ଛକ ଓ କଟକ-ପାରାଦୀପ ରାସ୍ତାର ଜଗତସିଂହପୁର ସୀମାରେଖାର କଣ୍ଟୁଆର ନିକଟରେ ଦୁଇଟି ସୁଦୃଶ୍ୟ ତୋରଣ କରାଯାଉଛି । ସଅଁରା ନିକଟରେ ନିର୍ମିତ ଫାଟକର ନିମ୍ନ ମାନର ହୋଇ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଯାଇଛି । କେବଳ କଣ୍ଡୁଆର ଫାଟକର ନିର୍ମାଣ କାମ ଅଧା ଶେଷ ହୋଇଛି । କିନ୍ତୁ ବିନା ଟେଣ୍ଡର୍ରେ ଏହି ଦୁଇଟି କାମକୁ ପୂର୍ତ ବିଭାଗ ଯନ୍ତ୍ରୀ ସୂତାର ବାବୁଙ୍କ ପକ୍ଷରୁ କିପରି କରାଯାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ।ଜିଲ୍ଲା କଂଗ୍ରେସ୍ କମିଟି ଏହି ପ୍ରସଙ୍ଗକୁ ଗଣ୍ଠି କରିଛି।କାମ ଶେଷ ହୋଇଥିବା ବେଳେ ପରେ କେମିତି ଟେଣ୍ଡର ଡକାଗଲା ତାକୁ ନେଇ ଜିଲ୍ଲା କଂଗ୍ରେସ ପ୍ରଶ୍ନଉଠାଇଛି। ସେହିପରି କଣ୍ଡୁଆର ତୋରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ଦେବ ପ୍ରସାଦ ନାୟକଙ୍କ ସଭାପତିତ୍ବ ରେ କଂଗ୍ରେସ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କରି ରାସ୍ତା ଓ କୋଠାବାଡି ବିଭାଜନ (ଆର ଆଣ୍ଡ ବି)କୁ ଟାର୍ଗେଟ କରାଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ଆଉ ଆଣ୍ଡ ବି ଏହି ଦୁଇଟି ସରକାରୀକାର୍ଯ୍ୟ ପାଇଁ ଟେଣ୍ଡର ନଂ. ଏସ .ଇ.ଜେଏସପିଆର (ଆର୍ ଆଣ୍ଡ ବି) – ୨/୨୦୨୬-୨୭ ଅନୁଯାୟୀ ଗତ୨୬ ତାରିଖରେ ଆହୁତ କରିଛି। ମଙ୍ଗଳବାର (ଜୁନ୍ ୨)ଟେଣ୍ଟର ଖୋଲିବାର ତାରିଖ ରହିଥିଲା । ତେଣୁଏହା କେବଳ ଏକ ଔପଚାରିକତା କିମ୍ବା ଲୋକ ଦେଖାଣିଆ ବୋଲି ଶ୍ରୀ ନାୟକ କହିଛନ୍ତି। ଏହାର ପ୍ରଶାସନିକ ଅନୁମୋଦନ, ବୈଷୟିକ ଅନୁମୋଦନ,ଟେଣ୍ଡର ଦସ୍ତାବିଜ, କାର୍ଯ୍ୟାଦେଶ, ମେଜରମେଣ୍ଟ ବ୍ଳକ, ବିଲ, ଫଟୋଗ୍ରାଫ ଏବଂ ସ୍ଥଳ ପରିଦର୍ଶନ ଭଳିସମସ୍ତ ତଥ୍ୟ ତୁରନ୍ତ ଯାଞ୍ଚ କରାଯାଉ । ଯଦି କୌଣସି ଅନିୟମିତତା, ଦୁର୍ନୀତି, କର୍ତ୍ତବ୍ୟରେ ଅବହେଳା କିମ୍ବାନିୟମ ଉପୁଂଘନ ପ୍ରମାଣ ମିଳେ ତେବେ ବିଭାଗ ପକ୍ଷରୁ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି, ଯନ୍ତ୍ରୀ ସୂତାର ଉପରେ ଭିଜିଲାନ୍ସ ତଦନ୍ତ ହେଲେ କୋଟିକୋଟି ଟଙ୍କାର ଗୁପ୍ତ ଧନର ସନ୍ଧାନ ମିଳିପାରିବ ବୋଲି ଜିଲ୍ଲାର ସାଧାରଣ ଜନତା ମତବ୍ୟକ୍ତ କରିଛନ୍ତି, ଯନ୍ତ୍ରୀ ସୂତାର ଉପରେ ଆହୁରି ତଥ୍ୟ ଭିତିକ କଳଙ୍କିତ ଖବର ଆଗାମୀ ସଂଖ୍ୟା ରେ ପ୍ରକାଶ ପାଇବ,
