ଓଡ଼ିଶା ମ୍ୟୁଜିକ ହେରିଟେଜ,ର ବୈଶାଖୀ ଉତ୍ସବ
,ଭୁବନେଶ୍ବର,’: ଓଡିଶା ମ୍ୟୁଜିକ ହେରିଟେଜ ଅନୁଷ୍ଠାନ ତରଫରୁ ‘ ବୈଶାଖ ଉତ୍ସବ-2026″ ସାଂସ୍କୃତିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ଅଡିଟୋରିଅମ୍ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ତବଲା ବିଭାଗୀୟ ମୁଖ୍ୟ ଡଃଶ୍ରୀଯୁକ୍ତ ସୁଶୀଲ କୁମାର ପଟ୍ଟନାୟକ, ବିଶିଷ୍ଟ ଓଡିଶୀ କଣ୍ଠ ସଂଗୀତ ଗୁରୁ ଶ୍ରୀଯୁକ୍ତଉମେଶ ଚନ୍ଦ୍ର ଦାସ ଏବଂ ଉଦୀୟମାନ ଯୁବ ସଂଗୀତ ନିର୍ଦ୍ଦେଶକ ଶ୍ରୀ ସାନ୍ତନୁ କୁମାରନାୟକ ପ୍ରମୁଖ ଅତିଥ୍ ଭାବରେ ଯୋଗଦାନ କରିଥିଲେ । ଇତ୍ୟବସରରେ ଓଡ଼ିଶାରଖ୍ୟାତନାମା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ କଳାକାର ମାନଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନପୂର୍ବକ ସମ୍ମାନିତ କରା ଯାଇଥିଲା । ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥାଉପସ୍ଥାପକ ଶ୍ରୀଯୁକ୍ତ ବିନୋଦ ବିହାରୀ ମଞ୍ଚ ପରିଚାଳନା କରିଥିଲେ ଏବଂ ଶ୍ରୀସନ୍ତୋଷ କୁମାର ନାୟକ, ଶାନ୍ତନୁ ରାଉତ ସହଯୋଗ କରିଥିଲେ। ଅନୁଷ୍ଠାନରସଭାପତି କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ବିବେକାନନ୍ଦ ରାଉତ କାର୍ଯ୍ୟକ୍ରମରେ ସଭାପତିତ୍ବକରିଥିଲେ ।
