ମୁଖ୍ୟ ଖବର

କାହା ଛତ୍ର ଛାୟା ତଳେ ଖୋର୍ଦ୍ଧା ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅମରେଶ ରାଉତରାୟ?

Spread the love

ଭୁବନେଶ୍ୱର : ପୂର୍ତ୍ତ ବିଭାଗକୁ ବଦନାମ କରି କୋଟିକୋଟି କଳା ଧନ ରୋଜଗାର କରୁଥିବା ଖୋର୍ଦ୍ଧା ସର୍କଲର ମୁଖ୍ୟ ନିର୍ମାଣ ଅଧିକାରୀ ଯନ୍ତ୍ରୀ ଅମରେଶ ରାଉତରାୟଙ୍କୁ ବହିଷ୍କାର କରିବାକୁ ବିଭିନ୍ନ ମହଲରେ ଦାବି ଉଠିଲାଣି, ଗାଲୁଆ ଠକ, ନିକମା, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ଯନ୍ତ୍ରୀ ଅମରେଶ ରାଉତରାୟ ଲୁଟେରା ରେ ରାଜ୍ୟରେ ପ୍ରଥମ ସ୍ଥାନ ରେ ରହିଛନ୍ତି ବୋଲି ସମାଜସେବୀ ପ୍ରକାଶ ଦାସ ମତବ୍ୟକ୍ତ କରିଛନ୍ତି, ଖୋର୍ଦ୍ଧା ଡିଭିଜନ ରେ ନିଯୁକ୍ତି ହେବା ଦିନରୁ ଡକାୟତ ଯନ୍ତ୍ରୀ ରାଉତରାୟ ବହୁତ ମିଥ୍ୟା ବିଲ କରିବା ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କ ଉପରେ ଚାପ ପକାଇବା ସହିତ ପିସି ଆଦାୟରେ ଲାଗିପଡିଛନ୍ତି, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ଯନ୍ତ୍ରୀ ଅମରେଶ ରାଉତରାୟଙ୍କ ଉପରେ ସମାଜ ଆଇନାରେ ଖବର ପ୍ରକାଶ ପରେ ଅନେକ ବୁଦ୍ଧିଜୀବି ଭ୍ରଷ୍ଟାଚାରୀ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ହଟାଇବାକୁ ଦାବି କରିଛନ୍ତି, ପୂର୍ତ୍ତ ବିଭାଗ ର କେଉଁ ଅଫିସର ଏହି ଭ୍ରଷ୍ଟାଚାରୀ ଯନ୍ତ୍ରୀ ରାଉତରାୟକୁ ସୁରକ୍ଷା ଦେଉଛି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି, ମିଥ୍ୟା ବିଲ କରି ରାଜକୋଷ ଲୁଟୁଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭୁବନେଶ୍ୱର ଡିଭିଜନ -୫ ଡିଭିଜନ ରେ ଥିବା ସମୟରେ ରାସ୍ତା ଘାଟ ମରାମତି ଓ ନିର୍ମାଣ ରେ ବ୍ୟାପକ ଦୁର୍ନୀତି କରି ଥିଲେ, କୋଟିକୋଟି ଟଙ୍କା ର କାର୍ଯ୍ୟକୁ ଟେଣ୍ଡର ନ କରି ଯନ୍ତ୍ରୀ ରାଉତରାୟ ସ୍ପ୍ଲିଟିଙ୍ଗ କରି ବହୁତ ଟଙ୍କା ପିସି ନେଇଛନ୍ତି ବୋଲି ଠିକାଦାର ରମେଶ ରାଉତ ମତ ପ୍ରକାଶ କରିଛନ୍ତି,ଯନ୍ତ୍ରୀ ଅମରେଶ ରାଉତରାୟ ଭୁବନେଶ୍ୱର ଡିଭିଜନ -୪ ରେ ଏସଡିଓ ଥିବା ସମୟରେ ଜଣେ ଅଣ ଓଡ଼ିଆ ଠିକାଦାର ର ବିଲ ପାସ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ, ସେହି ଠିକାଦାରଙ୍କ କାର୍ଯ୍ୟ ତ୍ରୁଟି ଥିବା ଅଧିକ୍ଷଣ ଯନ୍ତ୍ରୀ ଧରି ଦେବାରୁ ବିଲ ପାସ ହୋଇପାରିନଥିଲା, ଡକାୟତ ଯନ୍ତ୍ରୀ ରାଉତରାୟ ଙ୍କୁ ଟଙ୍କା ଫେରାଇବାକୁ ଠିକାଦାର ଯେତେ କହିଲେ ମଧ୍ୟ ସେ ଧରାଛୁଆ ଦେଇନଥିଲେ, ଏପରିକି ସେତେବେଳେ ଅତିରିକ୍ତ ସଚିବ ଦିଲୀପ ରାୟ ଙ୍କ ପାଖ ଲୋକ କହି ଅନେକ ଠିକାଦାରଙ୍କୁ ଧମକ ଦେଇ ପିସି ଆଦାୟ କରୁଥିଲେ,, ଉପରକୁ ଶାନ୍ତ ସରଳ ଦେଖା ଯାଉଥିବା ଏହି ଡକାୟତ ଯନ୍ତ୍ରୀ ବାସ୍ତବରେ ମହା ଚତୁର, ସରକାରୀ ରାଜକୋଷ ଲୁଟିବାରେ ମାହିର ଯନ୍ତ୍ରୀ ଅମରେଶ ରାଉତରାୟ , ଖୋର୍ଦ୍ଧା ସର୍କଲ ଅଧୀନରେ ଥିବା ଡିଭିଜନର ସମସ୍ତ ଏସଡିଓ ମାନଙ୍କୁ ମିଥ୍ୟା ବିଲ କରିବା ଓ ନିମ୍ନମାନର କାର୍ଯ୍ୟ କରିବାକୁ ଅମରେଶ ରାଉତରାୟ ଚାପ ପ୍ରୟୋଗ କରୁଥିବା ଶୁଣିବାକୁ ମଳୁଛି, ଟଙ୍କାର ପାହାଡ଼ ଉପରେ ଶୋଉଥିବା ଯନ୍ତ୍ରୀ ରାଉତରାୟ ସଚିବ, ସ୍ୱତନ୍ତ୍ର ସଚିବଙ୍କୁ ନିଜ କବ୍ଜାରେ ରଖିଥିବା ପୂର୍ତ୍ତ ବିଭାଗରେ ଚର୍ଚ୍ଚା ହେଉଛି, ଅପାରଗ, ନିକମା, ପିସି ଖିଆ ଯନ୍ତ୍ରୀ ପୂର୍ତ୍ତ ବିଭାଗକୁ ବଦନାମ କରିବା ସହିତ ସରକାରୀ ଅର୍ଥ କୁ ଲୁଟୁଛନ୍ତି ବୋଲି ଠିକାଦାର ରଜନୀ ମଲିକ କହିଛନ୍ତି, ଅଫିସକୁ ସବୁ ସମୟରେ ସାର୍କଲ ସିସି ଅମରେଶ ରାଉତରାୟ ଆସୁ ନାହାନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି,ପୂର୍ତ୍ତ ବିଭାଗ ର ଏହି ଧ୍ରୁତ ଯନ୍ତ୍ରୀକୁ ତୁରନ୍ତ ବହିଷ୍କାର କରିବାକୁ ସମାଜସେବୀ ମାଧବ ମହାନ୍ତି ଦାବି କରିଛନ୍ତି, ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ କହିଛନ୍ତି ପିସି ଖିଆ ଯନ୍ତ୍ରୀ ତୁରନ୍ତ ହଟିବା ଦରକାର, କେଉଁ ଅଫିସର ଛତ୍ରଛାୟା ତଳେ ଯନ୍ତ୍ରୀ ରାଉତରାୟ ଅଛନ୍ତି ତାହା ଲୋକଲୋଚନ କୁ ଆସିବା ଦରକାର ବୋଲି ବିଧାୟକ କହିଛନ୍ତି, ଯନ୍ତ୍ରୀ ଅମରେଶ ରାଉତରାୟଙ୍କ ରୋମାଣ୍ଟିକ ଲାଇଫ, ଅମାପ କଳାଧନ ସମ୍ପତ୍ତିର କଳାକାରନାମା ବିଷୟରେ ଆଗାମୀ ସଂଖ୍ୟାରେ ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *

error: Content is protected !!