ରାଜ୍ୟ

କାହାର ଛତ୍ରଛାୟା ତଳେ ଖୋର୍ଦ୍ଧା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅମରେଶ ରାଉତରାୟ?

Spread the love

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ଲୁଟେରା ଯନ୍ତ୍ରୀ ମାନଙ୍କ ଶୀର୍ଷ ତାଲିକା ଭିତରେ ପୂର୍ତ୍ତ ବିଭାଗ ଖୋର୍ଦ୍ଧା ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅମରେଶ ରାଉତରାୟ ସ୍ଥାନ ଅଧିକାର କରିଛନ୍ତି, ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ବର୍ଷ ହେଲା ରାଜଧାନୀ ଭୁବନେଶ୍ୱର ଓ କଟକ, ଖୋର୍ଦ୍ଧା ଭିତରେ ରହି ଚାକିରୀ ଜୀବନ ଆନନ୍ଦ ମୟ କରୁଛନ୍ତି ଅମରେଶ ରାଉତରାୟ, ସଚିବାଳୟରେ ମୁଖ୍ୟମନ୍ତ୍ରୀ ଅଫିସର ପାୱାରଫୁଲ ଅଫିସର ଓ ପୂର୍ତ୍ତ ବିଭାଗର ଜଣେ ଅତିରିକ୍ତ ଶାସନ ସଚିବଙ୍କୁ ହାତ ମୁଠାରେ ରଖି ଖୋର୍ଦ୍ଧା ସର୍କଲରେ ରହିବାରେ ସଫଳ ହୋଇଛନ୍ତି ଯନ୍ତ୍ରୀ ରାଉତରାୟ, ଏଠାରେ ସୂଚାଇ ଦିଆଯାଇପାରେ ଯେ ଅମରେଶ ରାଉତରାୟ ଅଧିକ୍ଷଣ ଯନ୍ତ୍ରୀ ପ୍ରମୋସନ ହୋଇ ଦେବଗଡ଼ ଡିଭିଜନକୁ ବଦଳି ହୋଇଥିଲେ ମଧ୍ୟ୍ୟ ସେ ବିଜେଡି ସରକାରରେ ଥିବା ମନ୍ତ୍ରୀ ଓ ପୂର୍ବତନ ସଚିବ ବିମଳେନ୍ଦୁ ରାୟଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ବଦଳି କ୍ୟାନସଲ କରିବାରେ ସଫଳ ହୋଇଥିଲେ, ସବୁ ଯନ୍ତ୍ରୀ କୋରାପୁଟ, ମାଲକାନଗିରି, ରାୟଗଡା, ସମ୍ବଲପୁର, କଳାହାଣ୍ଡି, ବରଗଡ ପରି ସୀମାନ୍ତ ଇଲାକାକୁ ଯାଉଥିବା ବେଳେ ଉପାନ୍ତ ଇଲାକାକୁ ଯିବାକୁ କାହିଁକି ଯନ୍ତ୍ରୀ ଅମରେଶ ରାଉତରାୟ ଯିବାକୁ ଡରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ସରକାରୀ ଅର୍ଥ ଲୁଟ କରୁଥିବା ଯନ୍ତ୍ରୀ ଅମରେଶ ରାଉତରାୟ ଭୁବନେଶ୍ୱର ରୁ ଖୋର୍ଦ୍ଧା କୁ ବଦଳି ହେବା ପଛରେ ରହସ୍ୟ କଣ ତାହା ତଦନ୍ତ ସାପେକ୍ଷ,ପୂର୍ତ୍ତ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ସର୍କଲ ରେ ଆଖିବୁଜି ଦୁର୍ନୀତି କରିବାକୁ ଯାଇଥିବା ଅମରେଶ ରାଉତରାୟ ଏବେ ଦୁର୍ନୀତିର ନୀଳ ନକ୍ସା ପ୍ରସ୍ତୁତ କରିସାରିଲେଣି, ଅଧିକ୍ଷଣ ଯନ୍ତ୍ରୀ, ଏସଡିଓ, ଜେଇ ମାନଙ୍କ ମାଧ୍ୟ୍ୟମରେ ପିସି ନେବାରେ ମାହିର ଅମରେଶ ରାଉତରାୟଙ୍କ ଉପରେ ଭିଜିଲାନ୍ସ ବିଭାଗ କେବେ ଆଖି ପକାଇବ ବୋଲି ଚର୍ଚ୍ଚା ହେଉଛି

Leave a Reply

Your email address will not be published. Required fields are marked *

error: Content is protected !!