କଟକ : କଟକ ଜିଲ୍ଲା କଟକ JMFC କୋର୍ଟ ଏକ ଚେକ ବାଉଁସ ମାମଲା ରେ ସୁଧାଂଶୁ ଶେଖର ପରିଡା ନାମକ ବ୍ୟକ୍ତିକୁ କୁ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି . ଘଟଣାରୁ ପ୍ରକାଶ ଯେ ଶ୍ରୀରାମ ଫାଇନାନ୍ସ କମ୍ପାନୀ ର କଟକ ଶାଖାରୁ ସୁଧାଂଶୁ ପରିଡା ଏକ ଗାଡି ଋଣ ନେଇଥିଲେ .ଏହାପରେ ଅଭିଯୁକ୍ତ ସୁଧାଂଶୁ ଠିକ ସମୟରେ ପଇସା ନ ଦେବା ରୁ କମ୍ପାନୀ ବାରମ୍ବାର ଅନୁରୋଧ କରି କୌଣସି ସୁଫଳ ମିଳିନଥିଲା,ଶେଷରେ କମ୍ପାନୀ ଆଇନର ଆଶ୍ରୟ ନେଇଥିଲା ଓ ଅଭିଯୁକ୍ତ ଋଣ ଖିଲାପ କରିବାରୁ ,ଚେକ ବାଉନ୍ସ ମାମଲା କରିବା ପରେ ମାନ୍ୟବର ଅଦାଲତ (JMFC ) ,କଟକ ,ମାମଲା ନମ୍ବର -୨୧୨/୨୦୧୪ ରେ ଏକ ଗିରଫ ବିହୀନ ସମନ କରି ଅଭିଯୁକ୍ତକୁ ପୋଲିସ .୨୪.୦୯.2026 ତାରିଖରେ ଗିରଫ କରିଥିଲା .ମାନ୍ୟବର ଅଦାଲତ ସୁଧାଂଶୁ ଶେଖର ପରିଡାର ଜାମିନୀ ନାମଂଜୁର କରି ଜେଲ କୁ ପଠେଇ ଦେଇଛନ୍ତି,ଏହି ମାମଲା କୁ ଶ୍ରୀରାମ ଫାଇନାନ୍ସ ତରଫରୁ ଓକିଲ ସତ୍ୟପ୍ରେମ ମହାନ୍ତି ,ମୋନିକା ମହାନ୍ତି ଏବଂ ସୁବ୍ରତ ପାଣି ,ପ୍ରଭାତ କୁମାର ନାୟକ ପରିଚାଳନା କରିଥିଲେ
