ବାଣିଜ୍ୟ

ରାଇରଙ୍ଗପୁରରେ ବ୍ଯାଙ୍କ ଅଫ ବରୋଡା ଉଦଘାଟିତ

Spread the love

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ ଗୋଲେଇ ଛକ ନିକଟରେ ବ୍ଯାଙ୍କ ଅଫ ବରୋଡା ର ରାଇରଙ୍ଗପୁର ଶାଖା ମୁଖ୍ଯ ଅତିଥି ରୂପେ ଜୋନାଲ ମୁଖ୍ଯ ଶ୍ରୀମତୀ ସ୍ବପ୍ନା ବନ୍ଦୋପଧ୍ଯାୟ ଯୋଗ ଦେଇ ଶୁଭ ଉଦଘାଟିତ କରିଥିବା ବେଳେ ଏଥିସହିତ ଆଞ୍ଚଳିକ ମୁଖ୍ଯ ଶ୍ରୀ ପ୍ରଦୀପ କୁମାର ବେହେରା, ଆଞ୍ଚଳିକ ପରିଚାଳକ ଶ୍ରୀ ଗୌତମ ପଲ, ଏଜିଏମ ଏଫଆଇ ଏଚ୍ ଓ ଶ୍ରୀ ଆର ସି ବେହେରା, ଶାଖା ପରିଚାଳକ ଶ୍ରୀଯୁକ୍ତ ବରୁନ ମନିଷ ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ଯ ଅତିଥି ଜୋନାଲ ମୁଖ୍ଯ ଶ୍ରୀମତୀ ସ୍ବପ୍ନା ବନ୍ଦପଧ୍ଯାୟ କହିଥିଲେ ଯେ ବ୍ଯାଙ୍କ ର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ହେଉଛି ଉପଭୋକ୍ତାମାନଙ୍କର ଅଟେ l ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାର ଦାୟିତ୍ବ ଆମ୍ଭର l ଉପଭୋକ୍ତାମାନେ ନିଜ ରୁଚି ଅନୁଯାୟୀ ଲାଭ ପାଇଲେ, ବ୍ଯାଙ୍କ ଆହୁରି ଉନ୍ନତରୁ ଉନ୍ନତତର ହେବ l ଏଣୁ ଆପଣମାନଙ୍କୁ ବିଶେଷ ଅନୁରୋଧ , ଏଠାକୁ ଆସନ୍ତୁ ଏବଂ ଏଠିକାର ବିଭିନ୍ନ ଯୋଜନା ସଂପର୍କରେ ନିଜେ ଜାଣିବା ସହିତ ନିଜର ସାହିପଡିଶାଙ୍କୁ ଜଣାନ୍ତୁ l ରାଇରଙ୍ଗପୁରରେ ଏହି ବ୍ଯାଙ୍କ ନିଜସ୍ବ ଗୁଣବତ୍ତା ବଜାଇ ରଖିବ ବୋଲି ଆଶ୍ବସନା ଦେଇଥିଲେ l ଏହି ଭବ୍ଯ କାର୍ଯ୍ଯକ୍ରମରେ ଆଞ୍ଚଳିକ ବ୍ଯାଙ୍କ ଅଫିସରଗଣ ଶ୍ରୀଯୁକ୍ତ ଅଭିଶେକ ସାମନ୍ତରାୟ, ଶ୍ରୀଯୁକ୍ତ ସୁବାଷ କୁମାର ବେହେରା, ଶ୍ରୀଯୁକ୍ତ ସୁଧାଂଶୁ ଏସ୍ ଦାସ ଓ ମୁଖ୍ଯ କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ମୁନା ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ଉଦଘାଟନୀ ସମାବେଶରେ ବ୍ଯାଙ୍କ କର୍ମଚାରୀଗଣ ତଥା ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ଯାରେ ଯୋଗଦାନ କରିଥିଲେ l ରାଇରଙ୍ଗପୁର ରେ ପ୍ରତିକୂଳ ପାଗ ସତ୍ତ୍ବେ ଜନସାଧାରଣଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!