ବାଣିଜ୍ୟ

EKTA’ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ

Spread the love

ଭୁବନେଶ୍ୱର,: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡ୍‌ର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ। ଗୁରୁବାର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ମାଧୁରୀ ଯୋଗ ଦେଇ ‘EKTA’ର ଶୁଭାରମ୍ଭ କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଛନ୍ତି। ମାଧୁରୀ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍‌ ଆମ୍ବାସଡର ରହିଛନ୍ତି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ବାହାର ରାଜ୍ୟର ବୁଣାକାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବୁଣାକାର ମେଳାରେ ସେମାନଙ୍କ ଷ୍ଟଲ୍‌ ଖୋଲିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!