କଂଗ୍ରେସ କମିଟି ପକ୍ଷରୁ ଧାରଣା ଓ ବିକ୍ଷୋଭ
ରାଇରଙ୍ଗପୁର : ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ଧାରଣା ଓ ବିକ୍ଷୋଭ ଆଙ୍କର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯାଳୟ ସମ୍ମୁଖରେ ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁଙ୍କ ନେତୁତ୍ବରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I ଉଲ୍ଲେଖଯୋଗ୍ୟ, ବିଜେପି ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି ଆଇନ (ମନରେଗା) କୁ ରଦ୍ଦ କରିବା ପାଇଁ ଭୟାବହ ବିଲ ର ପଦକ୍ଷେପ ଗ୍ରହଣ କରାଯାଇଛି I ଏହା ରାଜନୈତିକ ଚକ୍ରାନ୍ତ କହିଲେ ଅତ୍ଯୁକ୍ତି ହେବନାହିଁ I ମନରେଗା ଜନସାଧାରଣଙ୍କ ସଂଘର୍ଷରୁ ଜନ୍ମ ନେଇଥିଲା ଏବଂ ଏହା ପ୍ରତି ହାତକୁ କାମ ଦିଅ, କାମର ପୂରା ଦାମ ଦିଅ ବାଣୀକୁ ସାକାର କରିଥିଲା I ପୁଣି ଏହା ସମଗ୍ର ଗ୍ରାମୀଣ ଭାରତରେ ୧୦୦ ଦିନର ରୋଜଗାର ନଶ୍ଚିତ ଯୋଜନା ଥିଲା I ମନରେଗା କୁ କେନ୍ଦ୍ର ସରକାର ଦୁର୍ବଳ କରିଛି I ଏଥିରେ ମହାତ୍ମାଗାନ୍ଧୀଙ୍କ ନାମ ଅପସାରଣ, ରୋଜଗାର ଗାରଣ୍ଟିର ବିନାଶ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ବ ପ୍ରତ୍ଯାହାର କରାଯାଇଛି I ମନରେଗା ମୂଳ କଳେବର ଓ ନାମକରଣ ଅକ୍ଷୁର୍ଣ୍ଣ ରଖିବାକୁ କଂଗ୍ରେସ କର୍ମୀ ବିକ୍ଷୋଭ ଓ ଧାରଣା ଦେଇଥିଲେ I ଏହାପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I ଏଥିରେ ପ୍ରଦେଶ କଂଗ୍ରେସ କମିଟୀ ସମ୍ପାଦକ ଲକ୍ଷ୍ମୀଧର ସିଂ, ବରିଷ୍ଠ ନେତା ନୀଳରତନ ସାହୁ, ଅଶୋକ ଅଗ୍ରୱାଲା, ସୁବାଷ ପାତ୍ର, ଭାଗିରଥି ପାତ୍ର, ହେଲେନା ବାଗେ, ଇନତେଖାବ ଆଲାମ, ଏସଟି ସେଲ ଜିଲ୍ଲା ଚେୟାରମ୍ୟାନ ବେରେଲ ସିର୍କା, ପିଥ ମୁର୍ମୁ, ଅମର ସିଂ ମହାନ୍ତ, ରୂପକ ମହାନ୍ତି, କିରନ ବାଲ୍ମିକୀ, ଚନ୍ଦ୍ର ମୋହନ ସୋରେନ, ସୁନାରାମ ସୋରେନ, ଦୁଶ୍ମନ୍ତ ସି ତଥା ବହୁ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ I ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ
