SAMAJAINA

ଭୁବନେଶ୍ବରରେ ବାଗ୍ମୀ ବିଶ୍ଵନାଥ କରଙ୍କ ଜୟନ୍ତୀ ପାଳିତ

Spread the love

ଭୁବନେଶ୍ୱର: ପ୍ରଚଣ୍ଡ ପ୍ରତିଭାର ପୁରୁଷ , ଶ୍ରେଷ୍ଠ ସଂସ୍କାରକ , ଉତ୍କଳ ସାହିତ୍ୟ ଆକାଶର ଉଜ୍ଜଳ ତାରକା, ଆମ ମୂଳବସନ୍ତ ମାଟିର ଯୁଗପୁରୁଷ ତଥା ବାଗ୍ମୀପ୍ରବର ବିଶ୍ଵନାଥ କର ଙ୍କ ୧୬୧ତମ ଜୟନ୍ତୀ ଅବସରରେ ଭୁବନେଶ୍ବର satyam shivam sundaram ପତ୍ରିକା ପରିବାର, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍, ଓଁକାର ନାଥ ଦେବ ମିଶନ,ଓ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଛି।ଏହି ଅବସରରେ ବିଧାନ ସଭା ନିକଟରେ ଥିବା ବାଗ୍ମୀ ବିଶ୍ଵନାଥ କର ଙ୍କ ପ୍ରତିମୂର୍ତ୍ତି ରେ ଆମ ଅନୁ ଷ୍ଠାନ ପକ୍ଷରୁ ପୁଷ୍ପ ଅର୍ଘ୍ୟ ପ୍ରଦାନ କରାଯାଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି। ଉପରୋକ୍ତ ସାଂସ୍କୃତିକ ଅନୁଷ୍ଠାନ ର ମୁଖ୍ୟ ତଥା ସତ୍ୟମ୍ ସିବମ ସୁନ୍ଦରମ୍ ପତ୍ରିକାର ଏଡ଼ିଟର ଇଂଜିନିୟର ଜୀତେନ୍ କୁମାର ରାଉତରାୟ, ସାହିତ୍ୟିକ ଶ୍ରୀଅମୂଲ୍ୟ କୁମାର ସ୍ବାଇଁ , ସଙ୍ଗଠକ ଶ୍ରୀ ଗିରିଜା ପ୍ରସାଦ ମହାପାତ୍ର, ସମାଜସେବୀ ଶ୍ରୀ ସୁରଜିତ ପରିଡ଼ା ସାହିତ୍ୟିକ ଶ୍ରୀ ଲକ୍ଷ୍ମନାରାୟଣ ବେହେରା ପ୍ରମୁଖ ଯୋଗଦେଇ ବାଗ୍ମୀ ବିଶ୍ଵନାଥଙ୍କ ଜୀବନ ଦର୍ଶନ ସମ୍ବନ୍ଧରେ ଆଲୋକପାତ୍ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!