SAMAJAINAବାଣିଜ୍ୟ

ଗ୍ରାହକଙ୍କ ମନ ଜିଣୁଛି ‘ଓଡ଼ିଶା ଦେଶୀମେଳା

Spread the love

ଭୁବନେଶ୍ୱର : ରସୁଲଗଡ ଦୁର୍ଗାପୂଜା ପଡିଆରେ ଆୟୋଜିତ ହେଉଥିବା ମେଗା ସପିଙ୍ଗ ବଜାର ‘ଓଡ଼ିଶା ଦେଶୀ ମେଳା’ ଗ୍ରାହକଙ୍କ ମନ ଜିଣିବାରେ ଲାଗିଛି । ଦିନ ଯେତିକି ବଢୁଛି, ଗ୍ରାହକଙ୍କ ଭିଡ଼ ସେତିକି ବଢିବାରେ ଲାଗିଛି । ଯାହାକୁ ନେଇ ଆୟୋଜକ ବେଶ ଖୁସି ପ୍ରକଟ କରିଛନ୍ତି ।ଡିଜିଟାଲ ଯୁଗକୁ ମାତ ଦେଇ ଲୋକେ ପୁଣି ପୁରୁଣା ଢାଂଚାକୁ ଫେରିବା ସହ ଦେଶୀ ଜିନିଷକୁ ଆପଣାଇବାରେ ଲାଗିଛନ୍ତି । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଆୟୁବେର୍ଦୀକ ମେଡିସିନ ପର୍ଯ୍ୟନ୍ତ ସବୁର ଚାହିଦା ଏବେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆୟୋଜକ ସଂସ୍ଥା ରସୁଲଗଡ ଦୁର୍ଗା ପଡିଆରେ ଏକ ଓଡ଼ିଶା ଦେଶୀ ମେଳା ନାମକ ଏକ ମେଘା ସପିଙ୍ଗ ବଜାରର ଆୟୋଜନ କରିଛନ୍ତି ମୁନା ଭାଇ । ଗତ ୧୦ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳା ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଠାରେ ମୋଟ ୩୦ଟି ଷ୍ଟଲ ଖୋଲା ଯାଇଛି ।ଏହି ଷ୍ଟଲ ଗୁଡିକରେ ଦେଶୀ ପାମ୍ପଡ, ଆଚାର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରକରଣା ଜିନିଷ ବିକ୍ରି କରାଯାଉଛି । ବିଶେଷ କରି ଏହି ଜିନିଷ ଗୁଡିକ ଓଡ଼ିଶା ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । କମ୍ ଦାମରେ ଓ ଦେଶୀ ଜିନିଷ ଲୋକେ କିପରି ହାତ ପାଆନ୍ତାରେ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଆୟୋଜନ ଏହି ସପିଙ୍ଗ ବଜାରର ଆୟୋଜନ କରିଛନ୍ତି । ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଏହି ସପିଙ୍ଗ ବଜାରରେ ଗ୍ରାହକଙ୍କ ଭିଡ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକେ ଏହି ସପିଙ୍ଗ ବଜାରକୁ ଆସି ନିଜ ମନ ପସନ୍ଦର ସାମଗ୍ରୀ କିଣୁଥିବା ଦେଖାଯାଉଛି । ତେବେ ଏହି ସପିଙ୍ଗ ବଜାର କେବଳ ରସୁଲଗଡ ନୁହେଁ ବରଂ ସହରର ଅନ୍ୟ ସ୍ଥାନ ଗୁଡିକରେ ଖୋଲାଯିବାର ଆବଶ୍ୟକତା ରହିଛି ବୋଲି ଗ୍ରାହକମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!